ମେଡିକାଲ ଯିବା ବେଳେ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଦମ୍ପତିଙ୍କ ଜୀବନ

1 min read

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ । ମୃତ ଦମ୍ପତି ହେଲେ ଦୁର୍ଗା ପ୍ରସାଦ ମିଶ୍ର ଏବଂ ତାଙ୍କ ପତ୍ନୀ ଚିନ୍ମୟରାଣୀ ଶତପଥି ।

ଉଭୟ ଏମକେସିଜି ମେଡିକାଲକୁ ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚିନ୍ମୟରାଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଗା ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦା ଓ ମୃତକଙ୍କ ପରିବାର ଲୋକେ ରାସ୍ତାରୋକ କରିଛନ୍ତି । ଦୀର୍ଘ ସମୟ ଧରି ରାସ୍ତାରୋକ ପରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଆର୍ଥିକ ସହାୟତାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।