ମର୍ଣ୍ଣିଂ ଓ୍ବାକ୍ ହେଲା କାଳ

ଧର୍ମଗଡ଼: ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ । କଳାହାଣ୍ଡି ଜୁନାଗଡ଼ ଥାନା ଘୁଲି ଯୁବା ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ମହଚିଲା ଗାଁର ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ । ସକାଳୁ ମର୍ଣ୍ଣିଂ ଓ୍ବାକରେ ଯାଉଥିବା ସମୟରେ ଅଜଣା ଗାଡି ଧକ୍କାରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ସେପଟେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଯାତାୟତ ଠପ୍ ହୋଇଯାଇଛି ।