‘ମନମୋହନ ସିଂହଙ୍କ ପାଖରେ ଦେଶ ସବୁଦିନ ଋଣି ରହିବ’

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ସୁଧାରିବାରେ ପୂର୍ବତନ ମନମୋହନ ସିଂହଙ୍କ ଅବଦାନ ଅତୁଳନୀୟ । ତାଙ୍କ ପାଖରେ ଦେଶ ସବୁଦିନ ଋଣି ରହିବ । ମନମୋହନ ସିଂହଙ୍କ ଦୁରଦୃଷ୍ଟି ସମ୍ପନ୍ନ ଆର୍ଥିକ ନୀତି ଯୋଗୁଁ ଦେଶର ଗରିବ ଜନତା ଅନେକ ଫାଇଦା ପାଇଛନ୍ତି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରି ଏଭଳି କହି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି ।

1991 ମସିହାରେ ମନମୋହନ ସିଂ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ଆର୍ଥିକ ସ୍ଥିତିକୁ ନୂଆ ଗତି ଦେଇଥିଲେ । ସାରା ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ମନମୋହନ ସିଂଙ୍କ ପାଇଁ ଭାରତ ଉପରେ ଆର୍ଥିକ ପ୍ରଭାବ ଖୁବ୍‌ କମ ପଡିଥିଲା । ଏଥିସହ ଦେଶର ଆର୍ଥିକ ସ୍ଥିତିକୁ ନୂଆ ଗତି ମିଳିଥିଲା ବୋଲି ନୀତିନ ଗଡ଼କରୀ କହିଛନ୍ତି ।