ଝାରସୁଗୁଡ଼ା ଉପନିର୍ବାଚନ: ଆରମ୍ଭ ହେଲା ଭୋଟ ଗଣତି

1 min read

ଝାରସୁଗୁଡ଼ା: କିଏ ପିନ୍ଧିବ ଝାରସୁଗୁଡ଼ା ବିଜୟ ମୁକୁଟ । କାହାକୁ ଭରସା କରିଛନ୍ତି ଭୋଟର । ବିଜେଡି ନା ବିଜେପି ନା କଂଗ୍ରେସ । କାହାକୁ ସପକ୍ଷରେ ଯିବ ଜନତାଙ୍କ ରାୟ । ଆରମ୍ଭ ହେଲା ଭୋଟ୍ ଗଣତି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ଆରମ୍ଭ ହୋଇଛି । ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମ ଖୋଲି ପୋଷ୍ଟାଲ ବାଲାଟ ଗଣତି ହେବ । ମୋଟ ୧୮ଟି ରାଉଣ୍ଡରେ ଭୋଟ୍ ଗଣତି ହେବ । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ ।

ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ । ରାଉଣ୍ଡଓ୍ୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । www.result.eci.gov.in କୁ ଲଗ୍ ଇନ କରି ରାଉଣ୍ଡଓ୍ବାରୀ ଫଳାଫଳ ଜାଣି ହେବ । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ା ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ଉପରେ ସଭିଁଙ୍କ ନଜର ରହିଛି ।