ଆରମ୍ଭ ହେଲା ୫ ରାଜ୍ୟରେ ଭୋଟ ଗଣତି, ପୋଷ୍ଟାଲ ବାଲଟ ଗଣତି ପରେ ଖୋଲିବ ଇଭିଏମ

1 min read

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ଫଳାଫଳ ପାଇଁ ଆରମ୍ଭ ହୋଇଛି ଗଣତି । ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଭୋଟ୍ ଗଣତି ହେବା ପରେ ଇଭିଏମ ଭୋଟ ଗଣତି ହେବ । କଡ଼ା ସୁରକ୍ଷା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୋଟ ଗଣତି ଜାରି ରହିଛି । ତେବେ ଆଉ କିଛି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ପାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବ । ୫ ରାଜ୍ୟରେ ୬୯୦ ବିଧାନସଭା ଆସନରେ ଆସିବ ଫଳାଫଳ ।

ତେବେ ସର୍ବାଧିକ ଆସନ ଥିବା ଉତ୍ତରପ୍ରଦେଶରେ କିଏ ସିଂହାସନ ଦଖଲ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଯୋଗୀ ସରକାରଙ୍କ ରିପିଟ୍ ନା ପରିବର୍ତ୍ତନକୁ ଭୋଟ୍ ଦେଇଛନ୍ତି ୟୁପିବାସୀ । ଏହା ଉପରେ ସାରା ଦେଶର ନଜର । ଏକଜିଟ୍ ପୋଲରେ ବିଜେପି ଶାସନକୁ ଫେରିବ ବୋଲି କୁହାଯାଉଥିବା ବେଳେ ଏହା କେତେ ସତ ହେବ ତାହା ଉପରେ ନଜର । ସେପଟେ ପଞ୍ଜାବ ବି ଦେଖିବ ବିଗ୍ ଫାଇଟ୍ । ଦିଲ୍ଲୀ ପରେ ଏଠାରେ ଚାଲିବକି ଝାଡ଼ୁ । ସେପଟେ ମଣିପୁର, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି ।