କୋଭିଡ୍ ପରିଚାଳନାରେ ଓଡ଼ିଶା ରୋଲ୍ ମଡେଲ୍, ସୁରେଶ ସତ ନଜାଣି ରାଜନୀତି କରୁଛନ୍ତି- ବିଜେଡି
1 min read
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ନେଇ ବିଜେପି ଉଠାଇଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେପି ସାଂସଦ ସୁରେଶ ପୂଜାରୀ କରିଥିବା ଅଭିଯୋଗକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଖଣ୍ଡନ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁହାର ଜାତୀୟ ଓ ଅନ୍ତର୍ଜାତୀୟ ହାରଠାରୁ କମ୍ ରହିଛି ।
ସେହିଭଳି ରାଜ୍ୟରେ ସୁସ୍ଥତା ହାର କେନ୍ଦ୍ରୀୟ ହାରଠାରୁ ବେଶ୍ ଭଲ୍ ରହିଛି । ଠିକ୍ ସମୟରେ ଚିକିତ୍ସା ଓ କୋଭିଡ୍ କେୟାର ସେଣ୍ଟରରେ ଠିକ୍ ସହାୟତା ଦିଆଯାଉଛି । ଫଳରେ ରାଜ୍ୟ କୋଭିଡ୍ ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ପାଲଟିଛି ।
ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି- ସାଂସଦ ସୁରେଶ ପୂଜାରୀ ଓଡ଼ିଶାରେ ବେଶୀ ସମୟ ରହୁନାହାଁନ୍ତି । ଫଳରେ ସେ ସତ କଣ ଜାଣିନାହାଁନ୍ତି । କିଛି ଅଭିଯୋଗ ପୂର୍ବରୁ ସୁରେଶ ପ୍ରଥମେ ତଥ୍ୟକୁ ଦେଖିବା ପରେ କୁହନ୍ତୁ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସୁରେଶଙ୍କ ମନ୍ତବ୍ୟ ରାଜନୈତିକ ପ୍ରଣୋଦିତ ବୋଲି ଲେନିନ୍ କହିଛନ୍ତି ।