ବାକି ନଦେବାରୁ ଗୁଳି ମାରିଲେ

1 min read

ତେଜରାତି ବ୍ୟବସାୟୀଙ୍କୁ ପଛପଟୁ ଗୁଳିମାଡ  । ବାକି ନଦେବାରୁ ଗୁଳି ମାରିଲେ ସ୍ଥାନୀୟ ଯୁବକ  । ଗୁଳିମାଡ ହୋଇଥିବା ବ୍ୟକ୍ତିଙ୍କର ନାଁ ସୁଶାନ୍ତ ପାତ୍ର ଏବଂ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ।

ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନ ରହିଛି । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସଞ୍ଜୟ ଦୋକାନକୁ ଆସି ଗୁଟ୍‌ଖା ମାଗିଥିଲେ । କିନ୍ତୁ ସେ ସମୟରେ ସୁଶାନ୍ତଙ୍କ ପୁଅ ଦୋକନରେ ଥିବାରୁ ବାକି ଦେବାକୁ ମନା କରିଦେଇଥିଲେ । ଯାହାକୁ ନେଇ ସଞ୍ଜୟ ଦୋକାନ ଆଗରେ ପାଟିତୁଣ୍ଡ କରିବାକୁ ଲାଗିଥିଲେ  ।  ଏହା ଦେଖି ସୁଶାନ୍ତ ସେଠାରେ ପହଞ୍ଚିଥିଲେ ଏବଂ ସେ ମଧ୍ୟ ବାକି ଦେବକୁ ମନା କରିଥିଲେ  ।

ତେବେ ଏନେଇ ଭିଷଣ ରାଗିଯାଇ ସଞ୍ଜୟ ନିଜ ଘରୁ ଏକ ମାଉଜର ଆଣି ସୁଶାନ୍ତଙ୍କୁ ଗୁଳି କରିଥିଲେ । ଗୁଳିକରି ସଞ୍ଜୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ସୁଶାନ୍ତଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ଅଣାଯାଇଥିଲା । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.