ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣଙ୍କର ମନ୍ଦିର, ଉଚ୍ଚତା ରହିଛି ୩୫୦ ଫୁଟ

1 min read

ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣଙ୍କ ମନ୍ଦିର। ଭଗବାନ କୃଷ୍ଣଙ୍କର ଜନ୍ମଦିନରେ ଆସିଛି ଏଭଳି ଭଲ ଖବର। ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ୧୩୦ କିଲୋମିଟର ଦୂରରେ ଥିବା ନଦିଆ ଜିଲ୍ଲାର ମାୟାପୁରରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣ ମନ୍ଦିର। ୬ ଲକ୍ଷ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ୮ଶହ କୋଟି ଟଙ୍କାରେ ନିର୍ମିତ ଏହି ମନ୍ଦିର ୭ ମହଲା ବିଶିଷ୍ଟ ରହିଛି। ୨୦୨୩ ମସିହା ସୁଦ୍ଧା ଏହି ମନ୍ଦରର କାର୍ଯ୍ୟ ୮୦% ସମାପ୍ତ ହେବ ବୋଲି ଲକ୍ଷ ରଖାଯାଇଛି। ଏହାପରେ ଭକ୍ତମାନଙ୍କ ପାଇଁ ଏହାକୁ ଖୋଲିଦିଆଯିବ।

ମନ୍ଦିରର ନିର୍ମାଣ ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ କୃଷ୍ଣ ଚେତନା ବା (ISKON) ଦ୍ୱାରା କରାଯାଉଛି। ଏହା ହେଉଛି ଏକ ଅନନ୍ୟ ମନ୍ଦିର। ମନ୍ଦିରକୁ ୭ ମହଲା ବିଶିଷ୍ଟ କରାଯାଇଥିବା ବେଳେ ମନ୍ଦିରର ଉଚ୍ଚତା ୩୫୦ ଫୁଟ ରହଛି ଏବଂ ଓସାର ୧୭୭ ମିଟର ରହିଛି। ମ୍ୟୁଜିୟମ ଫ୍ଲୋର ଦ୍ୱାରା ୟୁଟିଲିଟି ଫ୍ଲୋର, ପୂଜାରୀ ଫ୍ଲୋର, ମନ୍ଦିର ଫ୍ଲୋର ଏହିଭଳି ୭ ମହଲା ରହିଛି। ବିଶେଷ କଥା ହେଉଛି ପୂଜାରୀ ଫ୍ଲୋର ୨.୫ ଏକରରେ କରାଯାଇଛି। ଏଠାରେ ପୁଜାରୀ ମାନେ ଭଗବାନଙ୍କୁ ପୂଜା କରିବାର ବିଭିନ୍ନ ପ୍ରକାରର ପ୍ରସ୍ତୁତି କରିବେ। ମନ୍ଦିରର ସମ୍ମୁଖରେ ୪୫ ଏକର ଜମିରେ ଏକ ପାର୍କ କରାଯାଇଥିବା ବେଳେ ମନ୍ଦିରଟି ୧୨ ଏକର ଜମି ଉପରେ ନିର୍ମିତ ହୋଇଛି। ସେହିଭଳି ମନ୍ଦିରରେ କୀର୍ତ୍ତନ ପାଇଁ ହଲ୍ ୧.୫ ଏକରରେ କରାଯାଇଛି। ଯେଉଁଠାରେ ୧୦ ହଜାର ଭକ୍ତ ଏକାସାଙ୍ଗରେ କୀର୍ତ୍ତନ କରିପାରିବେ।

ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନର ମକରାନା ଏବଂ ଭିଏତନାମରୁ ଧଳା ମାର୍ବଲ, ଫ୍ରାନ୍ସରୁ ରେଡ ମାର୍ବଲ, ଇଟାଲୀରୁ ବ୍ଲୁ ମାର୍ବଲର ଅଡର ଦିଆଯାଇଛି। ସ୍ପେନରୁ ମଧ୍ୟ ମାର୍ବଲ ଆସିଛି। ଯେଉଁ ଦେଶରେ ଯେଉଁ ମାର୍ବଲ ସବୁଠାରୁ ଭଲ ସେହିଠାରୁ ସେହି ମାର୍ବଲ ଆମଦାନୀ ହୋଇଛି। ଯାହା ଦ୍ୱାରା ଏହି ମନ୍ଦିର ଦୁନିଆର ସବୁଠୁ ସୁନ୍ଦର ମନ୍ଦିର ଭାବେ ନିର୍ମାଣ ହୋଇପାରିବ।

 

ଏହି ମନ୍ଦିର ପଛରେ ଭଗବଦ୍ ଗୀତାର ଦାର୍ଶନିକ ତଥ୍ୟ ରହିଛି। ମନ୍ଦିରର ଉଭୟ ଆଧ୍ୟାତ୍ମିକତା ଏବଂ ବିଜ୍ଞାନ କୁ କେନ୍ଦ୍ର କରି ହୋଇଛି। ବ୍ରହ୍ମାଣ୍ଡର ମଡେଲ ମନ୍ଦିରର ଗମ୍ବୁଜରେ ଦେଖାଯିବ। ଯାହା ଜଗତର ସୃଷ୍ଟି ବିଷୟରେ ମନ୍ଦିରକୁ ଆସୁଥିବା ଦର୍ଶକଙ୍କୁ କହିବ। ଏହା ହେଉଛି ବିଶ୍ୱର ପ୍ରଥମ ମନ୍ଦିର ଯେଉଁଠାରେ ମନ୍ଦିର ଏବଂ ପ୍ଲାନେଟୋରିୟମ୍ ଏକାଠି ରହିବ।

ଲୋକଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ମାୟାପୁରରେ କାହିଁକି ଏହି ମନ୍ଦିର ନିର୍ମାଣ ହେଲା। ରାଧା ଏବଂ କୃଷ୍ଣଙ୍କର ଅବତାର ବୋଲି କୁହାଯାଉଥିବା ଚୈତନ୍ୟ ମହାପ୍ରଭୁ ମାୟାପୁରରେ ଜନ୍ମଗ୍ରହଣ କରିଥିଲେ। ଏହା ମଧ୍ୟ ISKCON ର ଆଧ୍ୟାତ୍ମିକ ମୁଖ୍ୟାଳୟ। ସଂସ୍ଥା ଏହିଠାର ତାର ବିଚାରକୁ ସାରା ବିଶ୍ୱରରେ ପ୍ରଚାର କରିପାରିବ ବୋଳି ମାୟାପୁରରେ ମନ୍ଦିର ନିର୍ମାଣ ହୋଇଛି।

ଯଦି ଦେଖିବା ଏହାକୁ ଖାଲି ମନ୍ଦିର କହିବା ଠିକ ହେବ ନାହିଁ। ବରଂ ଏହା ଭଗବାନଙ୍କ ଉପରେ ଏକ ଶିକ୍ଷାଦାନ କେନ୍ଦ୍ର। କାରଣ ଏଠାରେ ଭଗବଦ୍ ଗୀତାଙ୍କ ଦର୍ଶନିକତାକୁ ବୁଝିହେବ। ଦୁନିଆ କାହିଁକି ସୃଷ୍ଟି ହେଲା, ଏହା କିପରି ସୃଷ୍ଟି ହେଲା, କିଏ ଏହାକୁ ତିଆରି କଲା, ଏହି ଜିନିଷ ବୈଜ୍ଞାନିକ ତଥ୍ୟ ସହିତ ଜାଣିବାକୁ ମିଳିପାରିବ। ବୈଦିକ ଶାସ୍ତ୍ରରର ମହତ୍ୱକୁ ବୁଝିବା ପାଇଁ ଏହା ଏକ ଭଲ ସ୍ଥାନ ହେବାକୁ ଯାଉଛି।

 

Leave a Reply