ଆବାସ ବଣ୍ଟନରେ ଅଫିସରଙ୍କର ପିସି କାରବାର, ଅଭିଯୋଗ ଆଣିଲେ ଅଞ୍ଚଳବାସୀ, ସରପଞ୍ଚ ଓ ସମିତି ସଭ୍ୟ

ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କା ଘର, ପ୍ରକୃତ ହିତାଧିକାରଙ୍କ ପାଖରେ ପହଞ୍ଚିପାରୁନି  ଯୋଜନା  । କିଛି ମୁନାଫାଖୋର ଅଧିକାରୀଙ୍କ ପାଇଁ ବାଟବଣା ହେଉଛି ଯୋଜନା । ଆଉ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ  । ଢେଙ୍କାନାଳ ହିନ୍ଦୋଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହିତାଧିକାରୀଙ୍କ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହେଉଛି । ପିସି ପାଇ ଅଫିସର ମୃତ ଲୋକଙ୍କ ବିଲ୍ ମଧ୍ୟ କରିବାକୁ ପଛାଉନାହାଁନ୍ତି  । କିଏ ଦୋକାନ ଘର କରୁଛି ତ କିଏ ଦୁଇ ମହଲା କୋଠା  ।  ପୁଣି ଆଉ କିଏ ପୁରୁଣା ଘରର ଫଟୋ ଦେଖାଇ ବିଲ କରିନେଉଛନ୍ତି

। ସେପଟେ ଏଥିରେ ଖୁଲମ୍ ଖୁଲା ପିସି କାରବାର ହେଉଥିବା କଥା ଉଠାଇଛନ୍ତି ଖୋଦ ସରପଞ୍ଚ ସୁନୀତା ନାଏକ  । ହିନ୍ଦୋଳ ବ୍ଲକର ଗାଣ୍ଡାନାଳି ପଞ୍ଚାୟତରେ ଗୋଟିଏ କି ଦୁଇଟି ନୁହେଁ ୩୦ରୁ ଅଧିକ ଏଭଳି ଅଭିଯୋଗ ଆସିଛି । ଏବେ ଏହାକୁ ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି  । ସେପଟେ ହିନ୍ଦୋଳ ବିଡିଓଙ୍କ କହିବା କଥା ତଦନ୍ତ ଚାଲିଛି ରିପୋର୍ଟ ଆସିଲେ  କାର୍ଯାନୁଷ୍ଠାନ ନିଆଯିବ । ଅନ୍ୟପଟେ ପଞ୍ଚାୟତ ସମିତି ଅଧକ୍ଷ ଏହାର ନିରପେକ୍ଷ ତଦନ୍ତ ସହ କଠୋର କାର୍ଯାନୁଷ୍ଠାନ ପାଇଁ କହିଛନ୍ତି  ।

Leave a Reply