ମନରେଗା କାମରେ ମହାଦୁର୍ନୀତି: ଶ୍ରମିକଙ୍କ ଟଙ୍କା ଲୁଟିନେଇଛନ୍ତି ସରକାରୀ ବାବୁ

1 min read

ଜୟପୁର,(ହୃଷିକେଶ ମିଶ୍ର): ମନରେଗା କାମରେ ମହାଦୁର୍ନୀତି । ଖେଳପଡ଼ିଆ ମରାମତି ନକରି ଉଠାଇ ନିଆଯାଇଛି ଶ୍ରମିକଙ୍କ ଟଙ୍କା । ଏମତି ଅଭିଯୋଗ ଆସିଛି କୋରାପୁଟ ବ୍ଲକ କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ । ଦୁର୍ନିତୀକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ଏନେଇ ବିଡିଓଙ୍କୁ ଅବଗତ କରାଯାଇଛି ଖୁବଶୀଘ୍ର ତଦନ୍ତ ହେବ ବୋଲି ସେ କହିଛନ୍ତି । କାମ ନକରି ଉଠାଣ ହୋଇଛି ଟଙ୍କା ।

ଶ୍ରମିକଙ୍କ ଟଙ୍କା ଲୁଟି ନେଇଛନ୍ତି ସରକାରୀ ବାବୁ ।  ୩ ଲକ୍ଷ ୫୦ ହଜାର ଟଙ୍କାର ହଡ଼ପ ଅଭିଯୋଗ । କରୋନା ସଂକଟ ସମୟରେ ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ ଏଥିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଖେଳ ପଡ଼ିଆ ମରାମତି କାମ ନହୋଇ ଟଙ୍କା ଉଠିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମରାମତି ପାଇଁ ଆସିଥିବା ୩ ଲକ୍ଷ ୫୦ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ମରାମତି ପାଇଁ ଶ୍ରମିକ ମାନଙ୍କୁ ମିଳିନି ପ୍ରାପ୍ୟ ।

କୌଣସି କାମରେ ଫଳକ ନଲଗାଇ କାମ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ସୁଦ୍ଧା କେହି ଶୁଣୁ ନଥିବା ଶ୍ରମିକମାନେ କହିଛନ୍ତି । ସେପଟେ ଦୁର୍ନୀତି ଅଭିଯୋଗକୁ ସ୍ୱୀକାର କରିଛନ୍ତି ପଞ୍ଚାତନ ନିର୍ବାହୀ ଅଧିକାରୀ । ତେବେ ଏନେଇ ବିଡିଓଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି । ସେହିପରି ଦୁର୍ନୀତି ନେଇ ତଦନ୍ତ ଚାଲିଥିବା ସଫେଇ ଦେଇଛନ୍ତି ସରପଞ୍ଚ ।  ଦୁର୍ନୀତି ନେଇ ସମସ୍ତଙ୍କ ନିକଟରେ ଖବର ଥିଲେ ସୁଦ୍ଧା ଶ୍ରମିକଙ୍କୁ ମିଳିନି ପ୍ରାପ୍ୟ । ତେଣୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ମନରେଗା କାମରେ ମହା ଦୁର୍ନୀତି ।

#ମନରେଗା_କାମରେ_ମହା_ଦୁର୍ନୀତି । ଖେଳପଡିଆ ମରାମତି ନକରି ଉଠାଇ ନିଆଯାଇଛି ଶ୍ରମିକଙ୍କ ଟଙ୍କା । ଏମତି ଅଭିଯୋଗ ଆସିଛି କୋରାପୁଟ ବ୍ଲକ କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ । ଦୁର୍ନିତୀକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ଏନଏଇ ବିଡିଓଙ୍କୁ ଅବଗତ କରାଯାଇଛି ଖୁବଶୀଘ୍ର ତଦନ୍ତ ହେବ ବୋଲି ସେ କହିଛନ୍ତି । #NandighoshaTV #MANREGA

Nandighosha TV यांनी वर पोस्ट केले गुरुवार, ३० जुलै, २०२०

Leave a Reply