ଆମେରିକାରୁ ବଳିଲାଣି ବ୍ରାଜିଲ, ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା
1 min read
ନୂଆଦିଲ୍ଲୀ: କରୋନା ଭାଇରସ ଧିରେ ତାର ଭୟଙ୍କର ରୂପରେ ପହଞ୍ଚୁଛି । ଏହି ମହାମାରୀ ପୃଥିବୀର ୨୧୩ଟି ଦେଶକୁ ବ୍ୟାପିଛି । ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୧ ଲକ୍ଷ ୧୦ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪,୫୨୮ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୬୫ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୮୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ୩୦ଲକ୍ଷ ଲୋକ ମଧ୍ୟ ସଂକ୍ରମଣ ମୁକ୍ତ ହୋଇପାରିଛନ୍ତି । ଦୁନିଆର ପ୍ରାୟ ୭୫ ପ୍ରତିଶତ କରୋନା ମାମଲା କେବଳ ୧୩ ଟି ଦେଶରୁ ଆସିଛି । ଏହି ଦେଶଗୁଡିକରେ କରୋନା ପୀଡିତଙ୍କ ସଂଖ୍ୟା ହେଉଛି ୪୮ ଲକ୍ଷ |
ଦୁନିଆରେ କେଉଁଠାରେ, କେତେ ମାମଲା, କେତେ ମୃତ୍ୟୁ
କରୋନା ଆମେରିକାରେ ସବୁଠୁ ଅଧିକ କ୍ଷତି କରିଛି । ଆମେରିକାରରେ ଏପର୍ଯ୍ୟନ୍ତ ୧୯ଲକ୍ଷରୁ ଅଧିକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛିନ୍ତି । ଏହାସହ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ବର୍ତ୍ତମାନ ଆମେରିକା ଅପେକ୍ଷା ବ୍ରାଜିଲରେ ପ୍ରତିଦିନ ଅଧିକ ମୃତ୍ୟୁ ରେକର୍ଡ କରାଯାଉଛି । ବ୍ରାଜିଲରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବ୍ରାଜିଲ ପରେ ଋଷ ଏବଂ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
- ଆମେରିକା: ସଂକ୍ରମିତଙ୍କ ସଂଖ୍ୟା – ୧,୮୮୧,୨୦୫ ମୃତ୍ୟୁ – ୧୦୮,୦୫୯ ।
- ବ୍ରାଜିଲ: ସଂକ୍ରମିତଙ୍କ ସଂଖ୍ୟା – ୫୫୬,୬୬୮, ମୃତ୍ୟୁ- ୩୧,୨୭୮
- ଋଷ: ମାମଲା – ୪୨୩,୭୪୧, ମୃତ୍ୟୁ – ୫,୦୩୭
- ସ୍ପେନ୍: ମାମଲା – ୨୮୭,୦୧୨, ମୃତ୍ୟୁ – ୨୭,୧୨୭
- ବ୍ରିଟେନ: ମାମଲା – ୨୭୭,୯୮୫, ମୃତ୍ୟୁ – ୩୯, ୩୬୯
- ଇଟାଲୀ: ମାମଲା – ୨୩୩,୫୧୫, ମୃତ୍ୟୁ – ୩୩,୫୩୦
- ଭାରତ: ମାମଲା – ୨୦୭,୧୯୧, ମୃତ୍ୟୁ – ୫,୮୨୯
- ଫ୍ରାନ୍ସ: ମାମଲା – ୧୮୯,୨୨୦, ମୃତ୍ୟୁ – ୨୮,୯୪୦
- ଜର୍ମାନୀ: ମାମଲା – ୧୮୪,୦୯୧ ମୃତ୍ୟୁ – ୮,୬୭୪
- ପେରୁ: ମାମଲା – ୧୭୦,୦୩୯, ମୃତ୍ୟୁ – ୪,୬୩୪
୧୩ଟି ଦେଶରେ ଏକ ଲକ୍ଷରୁ ଅଧିକ ମାମଲା
ବ୍ରାଜିଲ, ଋଷ, ସ୍ପେନ୍, ବ୍ରିଟେନ, ଇଟାଲୀ, ଭାରତରେ କରୋନା ମାମଲା ଦୁଇ ଲକ୍ଷ ଅତିକ୍ରମ କରିଛି । ଏମାନଙ୍କ ବ୍ୟତୀତ ସାତୋଟି ଦେଶ ଅଛି ଯେଉଁଠାରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି। ଆମେରିକା ସମେତ ଏହି ୧୩ ଟି ଦେଶରେ ମୋଟ ୪୮ ଲକ୍ଷ ମାମଲା ରହିଛି। ଏଠାରେ ୬ଟି ଦେଶ ଅଛି (ଆମେରିକା, ସ୍ପେନ୍, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍, ବ୍ରାଜିଲ) ଯେଉଁଠାରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ୧୬ ଟି ସଂକ୍ରମିତ ଦେଶ ତାଲିକାରୁ ଚୀନ୍ ବାହାରେ ଅଛି। ଏଥି ସହିତ ଭାରତ ଟପ୍ -୭ ଦେଶରେ ଯୋଗ ଦେଇଛି।