ଦେଶରେ ୨୪ ଘଣ୍ଟାରେ ୫୧ ହଜାର ୬୬୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଉଛନ୍ତି ଅଧିକ ସଂକ୍ରମିତ । ୨୪ ଘଣ୍ଟାରେ ୫୧ ହଜାର ୬୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪ ହଜାର ୫୨୭ ଜଣ ସୁସ୍ଥ ହୋଇଛନ୍ତି । ୧ ହଜାର ୩୨୯ ଜଣକ ଜୀବନ ନେଇଛି କରୋନା । ଦେଶରେ ଆକଟିଭ୍ କେସ ୬ ଲକ୍ଷ ୧୨ ହଜାର ୮୬୮ରେ ପହଞ୍ଚିଛି । ମୋଟ ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ ଜଣ କରୋନାରେ ସୁସ୍ଥ ହୋଇଛନ୍ତି । ୩ ଲକ୍ଷ ୯୩ ହଜାର ୩୧୦ ଜଣକ ମୃତ୍ୟୁ ହୋଇଛି । ସାରା ଦେଶରେ କରୋନାରେ ୩ କୋଟି ୧ ଲକ୍ଷ ୩୪ ହଜାର ୪୪୫ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ସୁଦ୍ଧା ୩୦ କୋଟି ୭୯ ଲକ୍ଷ ୪୮ ହଜାର ୭୪୪ ଜଣ କରୋନା ଟିକା ନେଇସାରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାମଲା ସଂଖ୍ୟା ୫୦ ହଜାରରୁ କମ୍ ହୋଇଛି। ଏହାସହ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ହେଉଛି ତିନୋଟି ରାଜ୍ୟ ଯେଉଁଠାରେ ୫୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ତେବେ କେରଳରେ ୧୨ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରେ ୯.୮ ହଜାରରୁ ଅଧିକ ନୂତନ ରୋଗୀଙ୍କୁ ମିଳିଛି । ଏଠାରେ ୫୫୬ ଜଣଙ୍କର ମୃତ୍ୟୁ ହୋଇଥିଲା। ତାମିଲନାଡୁରେ ଆହୁରି ୬ ହଜାର ନୂଆ ସଂକ୍ରମଣ ରୋଗ ହୋଇଥିବା ଏବଂ ୧୫୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କର୍ଣ୍ଣାଟକରେ ୧୩୮ ରୋଗୀ ପ୍ରାଣ ହରାଇଛନ୍ତି।