କରୋନାରୁ ରକ୍ଷା ପାଇଁ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଶାନ୍ତିପାଠ,ହିନ୍ଦୁ ପୂଜାରୀ ପଢିଲେ ବେଦମନ୍ତ୍ର

1 min read

ୱାଶିଂଟନ୍: କରୋନାଠୁ ବଞ୍ଚିବାକୁ ସବୁ ପ୍ରକାର ଉପାୟ ପ୍ରୟୋଗ କରୁଛି ଆମେରିକା । କରୋନାରେ ଅଧିକ ବେହାଲ ହୋଇଥିବା ଆମେରିକା କରୋନାରୁ ମୁକ୍ତି ପାଇଁ ହିନ୍ଦୁ ରିତିନୀତିକୁ ଆପଣାଇଛି । ଏବଂ ଆମେରିକା ତାର ଜାତୀୟ ପ୍ରାର୍ଥନା ଦିବସ ଅବସରରେ ହ୍ୱାଇଟ ହାଉସର ରୋଜ ଗାର୍ଡେନରେ ଜଣେ ହିନ୍ଦୁ ପୁରୋହିତ ପବିତ୍ର ବୈଦିକ ଶାନ୍ତି ପାଠ କରିଛନ୍ତି । ସୂଚନା ଅନୁଯାୟୀ, ଏହି ଶାନ୍ତି ପାଠ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ପରାମର୍ଶ ଦେଇଥିଲେ ଏବଂ  ବିଶ୍ୱ ମହାମାରୀ କରୋନାଭାଇରସରେ ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା  ପାଇଁ ଏହା କରାଯାଇଛି । ଏହି ଶାନ୍ତି ପାଠସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ସହିତ କରାଯାଇଥିଲା ଏବଂ ଏହା ଟ୍ରମ୍ପଙ୍କ ଉପସ୍ଥିତିରେ ହୋଇଥିଲା ।

ଏହି ଶାନ୍ତି ପାଠ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ନ୍ୟୁଜର୍ସିର ବିଏପିଏସ୍ ସ୍ୱାମୀନାରାୟଣ ମନ୍ଦିରର ପୁରୋହିତ ହରିଶ ବ୍ରହ୍ମଭଟ୍ଟଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ପ୍ରାର୍ଥନା କରିବା ପାଇଁ ହରିଶ ବ୍ରହ୍ମଭଟ୍ଟଙ୍କ ସହ ଅନ୍ୟ ଧର୍ମର ଧର୍ମଗୁରୁ ମାନେ ମଧ୍ୟ ଉପସ୍ଥିତ ଥିଲେ। ବ୍ରହ୍ମଭଟ୍ଟ ରୋଜ୍ ଗାର୍ଡେନ୍ ମଞ୍ଚ ଉପରେ ଦେଇଥିବା ସଂକ୍ଷିପ୍ତ ମନ୍ତବ୍ୟରେ କହିଛନ୍ତି, ‘କୋଭିଡ୍ -19, ସାମାଜିକ ଦୂରତା ଏବଂ ଲକଡାଉନ୍ ଭଳି ଏହି କଠିନ ସମୟରେ, ଲୋକମାନେ ଚିନ୍ତିତ କିମ୍ବା ଅଶାନ୍ତି ଅନୁଭବ କରିବା ଏକ ସାଧାରଣ କଥା । ଶାନ୍ତି ପାଠ ଏକ ଏମିତି ପ୍ରାର୍ଥନା ଯାହା ଦୁନିଆର ସ୍ୱାସ୍ଥ୍ୟ, ସଫଳତା, ପାଇଁ କରାଯାଏ ନାହିଁ କିମ୍ବା ସ୍ୱର୍ଗକୁ ଯିବାକୁ ଇଚ୍ଛା ପାଇଁ ମଧ୍ୟ କରାଯାଇ ନଥାଏ । ସଂସ୍କୃତରେ ପ୍ରାର୍ଥନା କରିବା ପୂର୍ବରୁ ସେ କହିଥିଲେ, ‘ଶାନ୍ତି ପାଇଁ ଏହା ଏକ ସୁନ୍ଦର ହିନ୍ଦୁ ପ୍ରାର୍ଥନା। ଏହା ଯଜୁର୍ବେଦରୁ ନିଆଯାଇଥିବା ଏକ ବୈଦିକ ପ୍ରାର୍ଥନା ।

https://youtu.be/4uJHAkeYhks

ପ୍ରଥମେ ସଂସ୍କୃତରେ ଶ୍ଳୋକ ପଢିଲେ ତାପରେ ଏହାକୁ ଇଂରାଜୀରେ ବ୍ୟାଖ୍ୟା କଲେ

ରୋଜ ଗାର୍ଡେନରେ ଶାନ୍ତି ପାଠ କରିବା ସମୟରେ ବ୍ରହ୍ମଭଟ୍ଟ ସଂସ୍କୃତରେ ଶ୍ଳୋକ ପଢିଥିଲେ ଏବଂ ଏହା ପରେ ସେ ଏହି ଶ୍ଳୋକକୁ ଇଂରାଜୀରେ ଅନୁବାଦ କରିଥିଲେ । ବ୍ରହ୍ମଭଟ୍ଟ କହିଛନ୍ତି, ‘ଏହି ପ୍ରାର୍ଥନା ସ୍ୱର୍ଗର ଶାନ୍ତି ବିଷୟରେ କହିଥାଏ । ପୃଥିବୀ ଓ ଆକାଶରେ, ପାଣିରେ, ଗଛର ଏବଂ ଉଦ୍ଭିଦ ଉପରେ, ଫସଲରେ ଶାନ୍ତି ରହୁ । ବ୍ରହ୍ମ ଉପରେ ଶାନ୍ତି ଠାରୁ ଆରମ୍ଭ କରି ସବୁଠାରେ ଶାନ୍ତି ରହୁ ଏବଂ ଭଗବାନ କରନ୍ତୁ ଆମେ ଏହି ଶାନ୍ତି ଅନୁଭବ କରୁ । ଓମ୍ ଶାନ୍ତି, ଶାନ୍ତି, ଶାନ୍ତି। ‘

ବ୍ରହ୍ମଭଟ୍ଟ  ଏହି ପ୍ରାର୍ଥନା କରାଇଥିବାରୁ ଟ୍ରମ୍ପ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଜାତୀୟ ପ୍ରାର୍ଥନା ଦିବସରେ ଆମେରିକା ଏକ ଭୟଙ୍କର ରୋଗ ବିରୋଧରେ  ବିରାଟ ଯୁଦ୍ଧ ଲଢୁଛି ।  ସେ କହିଛନ୍ତି ଯେ ଇତିହାସରେ ମଧ୍ୟ ଆମେରିକୀୟମାନେ ସବୁ ପ୍ରକାର ଆହ୍ୱାନ ମୁଳକ ସମୟରେ ଧର୍ମ, ବିଶ୍ୱାସ, ପ୍ରାର୍ଥନା ଏବଂ ଇଶ୍ୱରୀୟ ଶକ୍ତି ଉପରେ ନିର୍ଭର କରିଆସିଛନ୍ତି । ପ୍ରଥମ ମହିଳା ମେଲାନିୟା ଟ୍ରମ୍ପ କୋଭିଡ -୧୯ କାରଣରୁ ନିଜ ପ୍ରିୟଜନଙ୍କୁ ହରାଇଥିବ  ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply