କେବେ ଆସିବ କରୋନା ଭାଇରସ୍ ପାଇଁ ଭ୍ୟାକ୍ସିନ୍ ? ଏମିତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

1 min read

ନୂଆଦିଲ୍ଲୀ: ମହାମାରୀ କରୋନା ଭ୍ୟାକ୍ସିନକୁ ନେଇ ଦୁନିଆର ଅନେକ ଦେଶ କାମ କରୁଛନ୍ତି । ଋଷ ସର୍ବ ପ୍ରଥମେ କରୋନା ଭ୍ୟାକ୍ସିନ୍ ତିଆରିବା ନେଇ ଦାବି କରିଛି । ଭାରତ, ଆମେରିକା ସମେତ କେତକ ଦେଶ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ ଆରମ୍ଭ କରିଛନ୍ତି । ଭ୍ୟାକ୍ସିନକୁ ନେଇ ପ୍ରତିଦିନ କରାଯାଉଥିବା ଅନୁମାନ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି ।

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି- ଯଦି ସବୁକିଛି ଠିକ୍ ରୁହେ । ତେବେ ଏହି ବର୍ଷ ଶେଷ ସୁଗ୍ଘା ଭାରତକୁ କରୋନା ଭ୍ୟାକ୍ସିନ ମିଳିବ । ହର୍ଷବର୍ଦ୍ଧନ ଟ୍ୱିଟ୍ କରି ଏହି କଥା କହିଛନ୍ତି । ସେ ନିଜ ଟ୍ୱିଟରେ କହିଛନ୍ତି- କରୋନା ଭାଇରସ୍ ପାଇଁ ଭ୍ୟାକ୍ସିନ୍ କେବେ ଆସିବ ? ଏଥିପାଇଁ ଦୁନିଆରେ ୧୭୦ଟି ଭ୍ୟାକ୍ସିନ୍ ଉପରେ କାମ ଚାଲୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଦୁନିଆରେ ଅତି କମରେ ୩୦ଟି ଭ୍ୟାକ୍ସିନ୍ ମଣିଷ ଉପରେ ଶେଷ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିଛି ।

 

ଏଥିରେ ଭାରତର ବାୟୋଟେକ ଭ୍ୟାକ୍ସିନ୍ ମଧ୍ୟ ସାମିଲ୍ ରହିଛି । ଯାହାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟରେ ରହିଛି । ଭାରତରେ ୨ଟି କମ୍ପାନୀର ଭ୍ୟାକ୍ସିନର ମାନବ ପରୀକ୍ଷଣ ଜାରି ରହିଛି । ଏଥିରେ ଭାରତ ବାୟୋଟେକର କୋଭାକ୍ସିନ୍ ଓ ଜାଇଡସର ଭ୍ୟାକ୍ସିନ ରହିଛି । ଏହା ବ୍ୟତୀତ୍ ବ୍ରିଟେନ୍ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନ୍ କୋଭିସିଲ୍ଡର ଭି ଟ୍ରାଏଲ ଦେଶରେ ଚାଲିଛି ।

ଋଷ ତା ଭ୍ୟାକ୍ସିନ୍ ବଡ଼ ପରିମାଣରେ ଉତ୍ପାଦନ ନେଇ ଭାରତ ସହିତ ଯୋଡ଼ିହେବାକୁ ଇଚ୍ଛା ପ୍ରକାଶ କରିଛି । ଆଶା କରାଯାଉଛି ଭାରତ ବାୟୋଟେକ ଓ ଜାଇଡସ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ ଫଳାଫଳ ଏହି ବର୍ଷ ଶେଷ ସୁଦ୍ଧା ଆସିଯିବ । ଫଳାଫଳ ଆସିବାର ଏକ ମାସ ମଧ୍ୟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ ।

Leave a Reply