ଦୀର୍ଘ ୬ମାସ ବନ୍ଦ ରହିବାପରେ କଟକଣା ମଧ୍ୟରେ ଖୋଲୁଛି ସିନେମାହଲ୍
1 min readନୂଆଦିଲ୍ଲୀ: ଆଜିଠୁ ଦେଶରେ କଟକଣାରେ ଖୋଲୁଛି ସିନେମା ହଲ୍ । କରୋନା ଭାଇରସ୍ ମହାମାରୀ ମଧ୍ୟରେ ଅନଲକ୍-୫ ଅଧୀନରେ ଦିଆଯାଇଥିବା କୋହଳତା ଆଜିଠାରୁ ବଳବତ୍ତର ହେଉଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ ଅକ୍ଟୋବର ୧୫ ପରେ ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯିବ । ଆଜିଠାରୁ ଦେଶର ୧୦ଟି ରାଜ୍ୟ ଏବଂ ୪ଟି ୟୁନିଅନର ମଲ୍ଟିପ୍ଲେକ୍ସ ଖୋଲୁଛି । ଗୁରୁବାର ଠାରୁ ଏହାର ୪୮୭ଟି ପରଦାରେ ଫିଲ୍ମ ଦେଖିପାରିବେ ଦର୍ଶକ ।
କରୋନା ପାଇଁ ଦୀର୍ଘ ୬ମାସ ବନ୍ଦ ରହିବାପରେ କଟକଣାରେ ସିନେମାହଲ୍ ଖୋଲିବା ପାଇଁ ସରକାର ଅନୁମତି ଦିଆଯାଇଛି । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ୫୦ ପ୍ରତିଶତ କ୍ଷମତା ସହ ସିନେମାହଲ୍, ଥିଏଟର ଓ ମଲ୍ଟି ପ୍ଲେକ୍ସ ଖୋଲାଯିବ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହଲକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସାନିଟାଇଜ୍ ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ହଲ୍ ମଧ୍ୟକୁ ପ୍ୟାକେଟ୍ ଖାଦ୍ୟ ନେବାକୁ ଅନୁମତି ଦିଆଯାଇଛି । ତେବେ ଓଡ଼ିଶାରେ ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି ।