ଦେଶରେ ଲକ୍ଷେ ୩୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା । ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬ ହଜାର ୭୬୭ଟି ନୂଆ ପଜିଟିଭ ମାମଲା ଆସିଛି । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଟପିଛି ଲକ୍ଷେ ୩୦ ହଜାର । ଦେଶରେ ମୃତ୍ୟୁ ସଂଖ୍ୟା ୩୯ ଶହ ଟପିଛି । ତେବେ ଆଶ୍ୱସ୍ତିର କଥା, ଦେଶରେ ଆରୋଗ ହାର ୪୦ ପ୍ରତିଶତରୁ ଅଧିକ ରହିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିଛି ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

୫୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ଶହ ପାର୍‌ ହୋଇଛି ।  ତାମିଲନାଡୁରେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଥିବା ବେଳେ ଦିଲ୍ଲୀ ଓ ଗୁଜରାଟରେ ପଜିଟିଭ ସଂଖ୍ୟା ୧୩ ହଜାର ଟପିଛି । ସେହିଭଳି ତିହାର ଜେଲର ଜଣେ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ବିଶ୍ୱରେ ୫୪ ଲକ୍ଷ ୫୧ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୫ ହଜାର ଟପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଲକ୍ଷରୁ ଅଧିକ ଲୋକ କରୋନା ମୁକ୍ତ ହୋଇଛନ୍ତି ।

Leave a Reply