କରୋନାର ଦ୍ୱିତୀୟ ପ୍ରବାହରେ ଭାଇରସ୍‌ର ନୂଆ ଷ୍ଟ୍ରେନ୍ ରହିଛି, ଯାହା ପୂର୍ବାପେକ୍ଷା ଅଧିକ କ୍ଷତିକାରକ

1 min read

ଭୁବନେଶ୍ୱର: ଶୀତଦିନେ ଭାଇରଲ ଇନଫେକ୍ସନ ଅଧିକ ହୁଏ ତେଣୁ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି ।ଏଥିସହିତ ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ  ଯାହା କୋଭିଡ-୧୯ ରୋଗକୁ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଶୀତଦିନେ ୟୁରୋପ ଓ ଆମେରିକାରେ ବି ସଂକ୍ରମଣ ବଢୁଛି ତେଣୁ ସମାନ ଚିତ୍ର ଶୀତ ଦିନେ ଭାରତରେ ମଧ୍ୟ ଦେଖିବାକୁ ମିଳିପାରେ । ଏଣୁ ଡିସେମ୍ବର ଦ୍ଵିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡ. ନିରୋଜ ମିଶ୍ର ।

ଏଥିସହିତ କରୋନା ପରବର୍ତ୍ତୀ ପରିସ୍ଥିତିରେ କ’ଣ କରାଯିବ ସେ ନେଇ ସୂଚିତ କରିଛନ୍ତି ଡ. ନିରୋଜ ମିଶ୍ର । ଦିଲ୍ଲୀ ପରି ଅନେକ ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇଛି । ଆମ ରାଜ୍ୟରେ ବି ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯିବା ଦରକାର । ଆମର ବି ଏଠି କ୍ୟାପିଟାଲ ହସ୍ପିଟାଲ ସମେତ ଏସସିବି ଓ ସମ ହସ୍ପିଟାଲ ପରି କିଛି ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇ ଲୋକଙ୍କୁ ଟ୍ରିଟେମେଣ୍ଟ କରାଯାଉ । ଯାହାଦ୍ୱାରା ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିବା ଲୋକମାନଙ୍କ ଚିକିତ୍ସା କରଯାଇ ପାରିବ ବୋଲି ସେ କହିଛନ୍ତି ।

ସେକେଣ୍ଡ ୱେଭରେ ଆସୁଥିବା ଭାଇରସରେ ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି ଯାହା ପୂର୍ବ ଅପେକ୍ଷା ଅଧିକ କ୍ଷତି କାରକ । ପୂର୍ବରୁ ଭାଇରସ ଦ୍ୱାରା ଦୁଇ ତିନି ଜଣ ସଂକ୍ରମଣ ହେଉଥିବା ବେଳେ ନୂଆ ଷ୍ଟ୍ରେନରେ ଦେଖାଯାଉଛି କି ୬ ରୁ ୭ ଜଣ ସଂକ୍ରମିତ ହେଉଛନ୍ତି । ଯାହା କି ଏବେ ୟୁରୋପ ଓ ଆମେରିକାରେ ପରିଲକ୍ଷିତ ହୋଇଛି । କିନ୍ତୁ ଆମ ଦେଶରେ ଏ ପର୍ଯ୍ୟନ୍ତ ନୂଆ ଷ୍ଟ୍ରେନର କୌଣସି ରିପୋର୍ଟ ହୋଇନାହିଁ । କିନ୍ତୁ ଆମକୁ ଟିକିଏ ଅଧିକ ସତର୍କ ରହିବାକୁ ପଡିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave a Reply