ମାଉଥ ୱାସରେ ମରିବ କରୋନା ଭାଇରସ୍ !

1 min read

ନୂଆଦିଲ୍ଲୀ: ମାଉଥ୍ ୱାସ୍ରେ କରୋନା ଭାଇରସକୁ ମାରିବାର କ୍ଷମତା ରହିଛି । ଚିକିତ୍ସା ବିଜ୍ଞାନୀଙ୍କର ଏକ ଅନ୍ତରାଷ୍ଟ୍ରୀୟ ଦଳର ରିପୋର୍ଟରେ ଏଭଳି ଦାବି କରାଯାଇଛି ।  ରିପୋର୍ଟରେ କୁହାଯାଇଛି ଯେ, ଶରୀର କୋଷକୁ ସଂକ୍ରମିତ କରିବାକୁ ପୂର୍ବରୁ ମାଉଥୱାସ୍ ଭାଇରସକୁ ମାରି କୋଭିଡ଼-୧୯ରୁ ବଞ୍ଚାଇପାରିବ ।  ଯଦିଓ ଏହା ପୂର୍ବରୁ WHO ମାଉଥୱାସକୁ ନେଇ ଭିନ୍ନ ରାୟ ଦେଇଥିଲା ।

WHO ନିକଟରେ କହିଥିଲା ଯେ, ମାଉଥ ୱାସ କରୋନାରେ ଭାଇରସକୁ ଦୂର କରିହେବ ସେନେଇ ଏମିତି କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ଅକ୍ସଫୋର୍ଡ ୟୁନିଭରସିଟି ପତ୍ରିକାରେ ପ୍ରକାଶ କରାଯାଇଥିବା ଅଧ୍ୟୟନ ଅନୁସାରେ ମାଉଥ ୱାସରେ ଭାଇରସକୁ ମାରିବାର କ୍ଷମତା ରହିଛି ଏବଂ ଏହାକୁ ନେଇ କ୍ଲିନିକାଲ ପରୀକ୍ଷଣ କରିବା ନିହାତି ଆବଶ୍ୟକ ।

ବ୍ରିଟେନର କାର୍ଡ଼ିଫ ୟୁନିଭରସିଟିର  ଅନୁସନ୍ଧାନରୀଙ୍କ ସହ   ନାଟିଂହମ, କୋଲୋରାଡୋ, ଔଟାବା, ବାର୍ସିଲୋନା  ୟୁନିଭରସିଟିର ବିଶେଷଜ୍ଞଙ୍କ ଏହି ଅଧ୍ୟୟନରେ ସାମିଲ ଥିଲେ ।

 

ଯଦିଓ, ଗବେଷକମାନେ କହି ନାହାଁନ୍ତି ଯେ ବଜାରରେ ଉପସ୍ଥିତ ଥିବା ମାଉଥ୍ ୱାସ୍ କରୋନାରୁ ରକ୍ଷା କରିପାରିବ । କିନ୍ତୁ ଏହା ଉପରେ ଅଧିକ ଅନୁସନ୍ଧାନ କରିବା ଲାଭଦାୟକ ହୋଇପାରେ ।

ପ୍ରକୃତରେ କରୋନା ଭାଇରସ୍ ‘ଏନଫ୍ଲେଡ୍ ଭାଇରସ୍’ ଶ୍ରେଣୀର ହୋଇଥାଏ । ଏହାର ଅର୍ଥ ଏହା ଏକ ଫ୍ୟାଟି ସ୍ତରରେ ଆଚ୍ଛାଦିତ ହୋଇ ରହିଥାଏ । ଏହି ସ୍ତର କେତେ ପ୍ରକାରର ରାସାୟନିକ ଦ୍ୱାରା ନଷ୍ଟ ହୋଇଥାଏ । ଅନୁସନ୍ଧାନ ଅଧ୍ୟୟନରେ କୁହାଯାଇଛି ଯେ ମାଉଥ୍ ୱାସ କରୋନା ଭାଇରସର ବାହ୍ୟ ଆବରଣକୁ ନଷ୍ଟ କରିପାରିବ । ଏକ ଟେଷ୍ଟ୍ ଟ୍ୟୁବରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡିଛି ଯେ କିଛି ମାଉଥ୍ ୱାସ କିଛି ଏମିତି ଉପାଦାନ ଥାଏ ଯାହା ଏନଭଲପଡ ଭାଇରସକୁ ନଷ୍ଟ କରିଦେଇଥାଏ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଦାନ୍ତ ସଫା କରିବା ପାଇଁ ବ୍ୟବହୃତ ମାଉଥ୍ ୱାସରେ କ୍ଲୋରହେକ୍ସିଡାଇନ୍, ସେଟିଲପାଇରିଡିନିୟମ୍ କ୍ଲୋରାଇଡ୍, ହାଇଡ୍ରୋଜେନ୍ ପେରକ୍ସାଇଡ୍ ଏବଂ ପୋଭିଡୋନ୍-ଆୟୋଡିନ୍ ଭଳି ରାସାୟନିକ ପଦାର୍ଥ ରହିଥାଏ । ତେଣୁ ଅନୁସନ୍ଧାନ ଅନୁଯାୟୀ, ଏହି ରାସାୟନିକ ପଦାର୍ଥରେ ସଂକ୍ରମଣକୁ ରୋକିବାର କ୍ଷମତା ରଖିଥାଏ ।

Leave a Reply