ଲକଡାଉନ୍ ପ୍ରଭାବ : ପେଟ୍ରୋଲକୁ ନେଇ ଚିନ୍ତାରେ ରୁଷ !

1 min read

ମସ୍କୋ : ତୈଳ ଭଣ୍ଡାରକୁ କେବେ ଗୋଟିଏ ଦେଶର ସବୁଠାରୁ ବଡ ଶକ୍ତି ଭାବରେ ବିବେଚନା କରାଯାଉଥିଲା । କିନ୍ତୁ କରୋନାଭାଇରସର ପ୍ରବେଶ ପରେ ସ୍ଥିତି ପୂରା ବିପରିତ  । ଏବେ ତୈଳ ଉତ୍ପାଦନକାରୀ ଦେଶଙ୍କର ସବୁଠୁ ବଡ଼ ଦୂର୍ବଳତା ହୋଇପଡ଼ିଛି । କରୋନାଭାଇରସ୍ ରୋକିବା ପାଇଁ ବିଶ୍ୱର ସମସ୍ତ ଦେଶରେ ଲକଡାଉନ ଘୋଷଣା କରାଯାଇଛି , ଯାହା ଫଳରେ ହଠାତ୍ ତେଲ ବ୍ୟବହାର କମିଛି । ଏବଂ ଅନେକ ଦେଶର ତେଲ ଭଣ୍ଡାର ମଧ୍ୟ ରେକର୍ଡ ସ୍ତରରୁ ଅଧିକ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ତେଲ ଉତ୍ପାଦନକାରୀ ଦେଶମାନେ ଚିନ୍ତା ପଡ଼ିଛନ୍ତି । ଏବଂ ସେମାନେ ଏବେ ନିଜ ଦେଶରେ ଉତ୍ପାଦନ ହେଉଥିବା ତେଲକୁ ନେଇ କଣ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି ।

ତେଲ ଉତ୍ପାଦନ କ୍ଷେତ୍ରରେ ଋଷ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ନ୍ୟୁଜ୍ ଏଜେନ୍ସି ରାୟଟର୍ସ ତୈଳ ଉଦ୍ୟୋଗ ସହ ଜଡିତ ଚାରୋଟି ଉତ୍ସକୁ ଦର୍ଶାଇ କହିଛି ଯେ, ଏକ ସପ୍ତାହ ମଧ୍ୟରେ ଋଷକୁ ଚୁକ୍ତିନାମା ଅନୁଯାୟୀ ତେଲ ଉତ୍ପାଦନକୁ ୨୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡିବ । ଏହି କାରଣରୁ, ଋଷ ତିନୋଟି ବିକଳ୍ପ ଉପରେ ବିଚାର କରୁଛି – ତେଲ କୂଅଗୁଡିକର ମରାମତି କରିବ, କୂଅଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏମିତି ହିଁ ରହିବାର ବ୍ୟବସ୍ଥା କରିବ ନଚେତ୍ ତେଲରେ ନିଆଁ ଲଗାଇ ଦେବ ।

ଓପିଇସି (Organize of petroleum Exporting countries  ) ଏବଂ ଅଣ ଓପିଇସି ଦେଶ ସହ ଋଷ ଏକ ଚୁକ୍ତି କରିଛି । ଚୁକ୍ତି ଅନୁସାରେ ଋଷ ଅନ୍ୟ ଦେଶ ସହ ମିଶି ବିଶ୍ୱ ବଜାରରେୁ ଦୈନିକ ୧କୋଟି ବ୍ୟାରେଲ ତେଲ ହଟାଇବ ଯେମିତି କି ବିଶ୍ୱ ବଜାରରେ ସନ୍ତୁଳନ ବଜାୟ ରହିବ । ମୋଟ ତେଲ ଯୋଗାଣରେ ଏହା ୨୦ ପ୍ରତିଶତକୁ ହ୍ରାସ ପାଇବ । ଏହି ଚୁକ୍ତିନାମା ମେ ୧ରୁ କାର୍ଯ୍ୟକାରୀ ହେବ।

ଗତ ସପ୍ତାହରେ, ଋଷର ଶକ୍ତି ମନ୍ତ୍ରୀ ଓପିଇସି ପ୍ଲସ ଚୁକ୍ତିର ଲକ୍ଷ୍ୟ ପୂରଣ କରିବା ପାଇଁ ତେଲ କମ୍ପାନୀଗୁଡ଼ିକୁ ନିଜର ଉତ୍ପାଦନକୁ ୨୦ ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ କମ୍ପାନୀଗୁଡିକ ପ୍ରଥମେ ସେହି କ୍ଷେତ୍ର ଉପରେ ଧ୍ୟାନ ଦେଉଛନ୍ତି ଯେଉଁଠାରେ ଉତ୍ପାଦନର ହାର ହ୍ରାସ ପାଉଛି । ଲୁକୋଇଲ୍ ପ୍ରତିଦିନ ୧.୬୫ ନିୟୁତ ବୈରଲ ତେଲ ଉତ୍ପାଦନ କରିଥାଏ । ବର୍ତ୍ତମାନ ଲୁକୋଇଲ୍ ଏହାର ଅନେକ ତେଲ କ୍ଷେତ୍ର ବନ୍ଦ କରିବାକୁ ଯୋଜନା କରୁଛି ।

ରାସନେଫ୍ଟ ଏବଂ ଗୈଜପ୍ରାମ ନେଫ୍ଟର ମିଳିତ ଉଦ୍ୟମରେ ସ୍ଲାଭନେଫ୍ଟ ପଶ୍ଚିମ ସାଇବରିଆରେ ମେଗୋନେଫେଟେଜ୍ ୟୁନିଟର ଅନେକ କ୍ଷେତ୍ର ବନ୍ଦ କରିବାକୁ ଚିନ୍ତା କରୁଛି । ତୈଳ ଶିଳ୍ପ ସହିତ ଜଡିତ ଅନ୍ୟ ଦୁଇଟି ସୂତ୍ରରୁ ଜଣାପଡିଛି ଯେ ସ୍ୱଳ୍ପ ଉତ୍ପାଦନ କ୍ଷମତା ବିଶିଷ୍ଟ ତେଲ କୂଅଗୁଡ଼ିକୁ ପ୍ରଥମେ ବନ୍ଦ କରାଯାଇପାରିବ । ତେବେ ତେଲ ଯୋଗାଣ ହ୍ରାସ କରିବାକୁ କୂଅଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବା ପରିବର୍ତ୍ତେ ମରାମତି ପାଇଁ ଅସ୍ଥାୟୀ ଭାବରେ ବନ୍ଦ କରିବା ଉଚିତ୍ । ବର୍ତ୍ତମାନ ନୂତନ ପେଟ୍ରୋଲିୟମ ଖଣି ଆବିଷ୍କାର ପାଇଁ ଚୁକ୍ତିଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯିବ ।

ତେଲ କୂଅର ମରାମତି କମ୍ପାନୀଗୁଡ଼ିକୁ ସେମାନଙ୍କର ଉତ୍ପାଦନ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିବ । ସୂଚନା ଅନୁସାରେ, “ଏହା ସତ ଯେ ତେଲର ଚାହିଦା ହ୍ରାସ ପାଇଛି କିନ୍ତୁ ଏହା ତେଲ ଉତ୍ପାଦନ କ୍ଷେତ୍ରକୁ ତାଲା ପଡ଼ିବାର କାରଣ ହୋଇପାରିବ ନାହିଁ। ବେଳେବେଳେ ଏହା ଠିକ୍ ଯେ, ଆପଣ ତେଲ ଉତ୍ପାଦନ ଜାରି ରଖିଛନ୍ତି ଏବଂ ଯଦି ଏହାର ଚାହିଦା ହ୍ରାସ ପାଉଛି ତେବେ ଉତ୍ପାଦନକୁ ବନ୍ଦ ନକରି ତାକୁ କିଛି ମାତ୍ରାରେ ହ୍ରାସ କରାଯିବା ଏବଂ ଯଦି ଏହା ଅଧିକ ହେଉଛି ତେବେ ଏହାକୁ ଜାଳିବାଟା ମଧ୍ୟ ଠିକ୍ । ଥରେ ତେଲ ଉତ୍ପାଦନ କ୍ଷମତା ସମାପ୍ତ ହୋଇଗଲେ, ପୁନରୁଦ୍ଧାର ପାଇଁ ଅନେକ ବର୍ଷ ଲାଗେ । ଆପଣଙ୍କୁ କହି ରଖୁଛୁ ଯେ, ଥରେ ସୋଭିଏତ୍ ସଂଘରେ ଥରେ ତେଲ ଉତ୍ପାଦନ ଅଧା କରିଦିଆଯାଇଥିଲା । ଏହା ପରେ ତେଲ ଉତ୍ପାଦନ କ୍ଷମତା ପାଇବାକୁ ତାଙ୍କୁ ସମ୍ପୂର୍ଣ୍ଣ ଏକ ଦଶନ୍ଧି ଲାଗିଯାଇଥିଲା । ”

ଦୁନିଆର ଅନେକ ଦେଶରେ ତେଲଭଣ୍ଡାର ନାହିଁ । ଏଭଳି ପରିସ୍ଥିତିରେ ଚାହିଦା ଅଳ୍ପ ଥିବାବେଳେ ତେଲ ଯୋଗାଣ ବୃଦ୍ଧି ପାଉଛି । ଆନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । ଏହି ମାସରେ, ଆମେରିକାରେ ତେଲ ମୂଲ୍ୟ ଶୂନରୁ ତଳେ ପହଞ୍ଚିଯାଇଥିଲା ।

 

Leave a Reply