spot_img

Latest Posts

ଅକ୍ସଫୋର୍ଡ ଟିକାର ଦେଶର ୫ଟି ସ୍ଥାନରେ ହେବ ମାନବ ପରୀକ୍ଷଣ,ଜାଣନ୍ତୁ କେମିତି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ଦୃଷ୍ଟି ରଖୁଥିବା ୱେବସାଇଟ୍ ୱାର୍ଲ୍ଡମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପୂରା ବିଶ୍ୱରେ ଏକ କୋଟି ୬୬ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୃତ୍ୟୁସଂଖ୍ୟା ସାଢେ ୬ ଲକ୍ଷ ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ୬ ଲକ୍ଷ ୫୫ ହଜାରରୁ ଅଧିକ ଲୋକ କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହି ସମୟରେ ସବୁଠୁ ବଡ଼ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସୀରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅକ୍ସଫୋର୍ଡ ଏବଂ ଏହାର ସହଯୋଗୀ ଆଷ୍ଟ୍ରା ଜେନେକା ଏହି ଟିକା ପ୍ରସ୍ତୁତ କରିବାକୁ ଚୟନ କରିଛନ୍ତି ।

ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା, କୋଭିଡ -୧୯ ଟିକା ମାନବ ପରୀକ୍ଷଣର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ଅଛି । ଏଥିପାଇଁ ଭାରତରେ ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହା ଉପରେ ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ କହିଛନ୍ତି ଯେ ଏହା ଏକ ଆବଶ୍ୟକୀୟ ପଦକ୍ଷେପ କାହିଁକି ନା ଭାରତୀୟମାନଙ୍କୁ ଟିକା ଦେବା ପୂର୍ବରୁ ଦେଶ ଭିତରେ ଏନେଇ ତଥ୍ୟ ରହିବା ଆବଶ୍ୟକ।

ଟିକା ତିଆରି କରୁଥିବା କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଅକ୍ସଫୋର୍ଡ ଏବଂ ଏହାର ସହଯୋଗୀ ଆଷ୍ଟ୍ରାଜେନେକା ଟିକା ଉତ୍ପାଦନ କରିବାକୁ ଚୟନ କରିଛନ୍ତି । ତେବେ ଏନେଇ ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପ୍ରଥମ ଦୁଇଟି ପର୍ଯ୍ୟାୟର ପରୀକ୍ଷଣର ଫଳାଫଳ ଏହି ମାସ ଆରମ୍ଭରେ ହିଁ ପ୍ରକାଶିତ ହୋଇଥିଲା । ରେଣୁ ସ୍ୱରୂପଙ୍କ ଅନୁଯାୟୀ, ବାୟୋଟେକ୍ନୋଲୋଜି ବିଭାଗ, ଭାରତରେ କୌଣସି ବି କରୋନା ଟିକା ପ୍ରୟାସର ଏକ ଅଂଶ ହେବ ।

ରେଣୁ ସ୍ୱରୂପ କହିଛନ୍ତି ଯେ “DBT ବର୍ତ୍ତମାନ ୩ୟ ପର୍ଯ୍ୟାୟ  କ୍ଲିନିକାଲ୍ ସାଇଟର ସ୍ଥାପନା କରୁଛି । ଆମେ ସେମାନଙ୍କ ଉପରେ କାମ କରିବା ଆରମ୍ଭ କରିଦେଇଛୁ ଏବଂ ବର୍ତ୍ତମାନ ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପାଞ୍ଚଟି ସାଇଟ୍ ଉପଲବ୍ଧ ହେବା ପାଇଁ ପ୍ରସ୍ତୁତ ରହିଛି ।” ସ୍ୱରୂପଙ୍କ ଅନୁସରେ ପୁନେରେ ଥିବା SII ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)ରେ ସମ୍ଭାବ୍ୟ ଟୀକାକରଣର ମାନବ କ୍ଲିନିକାଲ ପରୀକ୍ଷଣର ଦ୍ୱିତୀୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମାଗିଛି।

୨୦  ଜୁଲାଇରେ ବୈଜ୍ଞାନିକମାନେ ଘୋଷଣା କରିଥିଲେ ଯେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ବିକଶିତ ହୋଇଥିବା କରୋନା ଭାଇରସ୍ ଟିକା ସୁରକ୍ଷିତ । ଏହାସହ ଏହି ଟିକାର ପରୀକ୍ଷଣରୁ ଜଣାଯାଇଥିଲା ଟିକା ସଂକ୍ରମିତଙ୍କ ପାଇଁ ରାମବାଣ ଭୋଳି କାର୍ଯ୍ୟ କରିବ । ଲ୍ୟାଂସେଟ୍ ମେଡିକାଲ୍ ଜର୍ନାଲରେ କୁହାଯାଇଛି ଯେ, ଟିକାର ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣର ଅନ୍ତର୍ଗତ ଏପ୍ରିଲ୍ ଏବଂ ମେ ମାସରେ ବ୍ରିଟେନର ପାଞ୍ଚଟି ଡାକ୍ତରଖାନାରେ, ୧୮ ରୁ ୫୫ ବର୍ଷ ବୟୟର ୧,୦୭୭ ସୁସ୍ଥ ବୟସ୍କଙ୍କୁ ଟିକା ଦିଆଯାଇଥିଲା। ଏହାର ଫଳାଫଳରେ କୁହାଯାଇଛି ଯେ, ଏହି ଟିକା ୫୬ ଦିନ ପାଇଁ ମଜବୁତ ଆଣ୍ଟିବଡି ଏବଂ ଟି-ସେଲ୍ ପ୍ରତିରକ୍ଷା ପ୍ରତିକ୍ରିୟାକୁ ପ୍ରେରିତ କରିଥିଲା ।​

Latest Posts

Don't Miss