ଛେଳିଠାରୁ ପନିପରିବା ସବୁ ହେଲେ କରୋନା ପଜିଟିଭ, ଜାଣନ୍ତୁ କେଉଁଠି…

1 min read

ଦାର୍ ଏ ସଲାମ(ତାଞ୍ଜାନିଆ): ବାଦୁଡ଼ି, ମଣିଷ, କୁକୁର, ବାଘୁଣୀ ଏବଂ ବିଲେଇ ପରେ ଏବେ କରୋନା ଭାଇରସର ନୂଆ ଶୀକାର ହୋଇଛନ୍ତି ଛେଳି । ଆଫ୍ରିକାର ଏକ ଦେଶରେ ଛେଳି ଏବଂ ଫଳ ଦେହରେ କରୋନା ପଜିଟିଭ ପାଇବେ ପରେ ସେଠାକାର ରାଷ୍ଟ୍ରପତି ଏବେ ଚିନ୍ତାରେ । ତେବେ ଆସନ୍ତୁ ଜାଣିବା ସେ କେଉଁ ଦେଶ ଯେଉଁଠି ଛେଳି ଏବଂ ଫଳ,ପନିପରିବା ମଧ୍ୟ ହୋଇଛନ୍ତି କରୋନା ଭାଇରସ ପଜିଟିଭ ।

ଏହି ଦେଶ ହେଉଛି ତଞ୍ଜାନିଆ । ଏଠାରେ ରବିବାର ଏକ ଛେଳି ଏବଂ ଏକ ବିଶେଷ ପ୍ରକାରର ଫଳ ପଁପଁ (PawPaw) ଦେହରେ କରୋନା ଭାଇରସ ଥିବା ସ୍ପଷ୍ଟ କରାଯାଇଛି । ଏହାପରେ ଦେଶର ରାଷ୍ଟ୍ରପତି ଜନ୍ ମାଗୁଫୁଲୀ କହିଛନ୍ତି ଯେ, ଟେଷ୍ଟ କିଟରେ ନିଶ୍ଟୟ କିଛି ଭୁଲ ଥାଇପାରେ ତେଣୁ ଏହାର ଯାଞ୍ଚ ହେବା ଆବଶ୍ୟକ ।

 

ଅବଶ୍ୟ କିଛି ଦିନ ପୂର୍ବେ କରୋନା ଭାଇରସ ମାମଲାକୁ ଲୁଚାଇବା ଅଭିଯୋଗରେ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଅନେକ ନିନ୍ଦା ଶୁଣିବାକୁ ପଡ଼ିଥିଲା । କାରଣ ଏହି ସମୟରେ କରୋନା ମାମଲା ଲୁଚାଇବା ସହିତ ମାଗୁଫଲୀ ନିଜ ଦେଶବାସୀଙ୍କୁ ଏମିତି କିଛି କଥା କହିଥିଲେ ଯେଉଁଥିପାଇଁ ସେ ଲୋକହସାର ଶୀକାର ହୋଇଥିଲେ । ସେ କହିଥିଲେ ଯେ, ‘ଆପଣମାନେ ପ୍ରାର୍ଥନା କରନ୍ତୁ ଯେ, ଆପଣମାନେ ଭାଇରସର ଶୀକାର ନହୁଅନ୍ତୁ ।’

 

ରାଷ୍ଟ୍ରପତି ଜନ୍ ମାଗଫୁଲୀ କହିଛନ୍ତି ଯେ, ବିଦେଶରୁ ଆସିଥିବା ଟେଷ୍ଟ କିଟ୍ ରେ କିଛି ଅସୁବିଧା ରହିଛି । ଏହା ସମ୍ଭବ ନୁହେଁ ଯେ, ପଁପଁ ଫଳ ଏବଂ ଛେଳି ପାଖରେ କରୋନା ପଜିଟିଭ ଦେଖାଦେବ । ଦେଶର ସେନାଙ୍କୁ ଟେଷ୍ଟ କିଟର ଯାଞ୍ଚ କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି । କାରଣ ସାମ୍ପଲ ଯାଞ୍ଚ କରୁଥିବା ଲୋକମାନେ ମଣିଷଙ୍କ ବ୍ୟତୀତ ଅନ୍ୟ ସାମ୍ପଲ ଗୁଡ଼ିକର ମଧ୍ୟ ଯାଞ୍ଚ କରୁଥିଲେ । ଏହି ସାମ୍ପଲ ଛେଳି, ପଁପଁ ଫଳ ଠାରୁ ନିଆଯାଇଥିଲା । ଏହି ସାମ୍ପଲଗୁଡ଼ିକୁ ମଣିଷଙ୍କ ନାମ ଏବଂ ବୟସ ଦିଆଯାଇଥିଲା । ଏହାପରେ ସାମ୍ପଲର ଯାଞ୍ଚ କରିବା ପାଇଁ ତାଞ୍ଜାନିଆ ଲାବୋରେଟରୀକୁ ପଠାଯାଇଥିଲା । ଯେଉଁଠାରେ ଛେଳି ଏବଂ ପଁପଁ ଫଳ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ରାଷ୍ଟ୍ରପତି ମାଗୁଫୁଲୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚକୁ ନେଇ ହୋଇଥିବା ଅସୁବିଧାରୁ ଜଣାପଡୁଠି ଯେ, ଆମ ଦେଶରେ ଅନେକ ଲୋକ କରୋନା ଭାଇରସ ସଂକ୍ରମିତ ନୁହନ୍ତି । କିନ୍ତୁ ଆମକୁ ଦ୍ୱିତୀୟ ଥର ଏହି ଭୁଲର ଯାଞ୍ଚ କରିବାକୁ ପଡ଼ିବ ।

ରବିବାର ସୁଦ୍ଧା ଚାଞ୍ଜାନିଆରେ ସର୍ବମୋଟ ୪୮୦ ମାମଲା ସାମ୍ନାକୁ ଆସିଛି ଏବଂ ୧୭ ଜଣ ସଂକ୍ରମିକ ଏଥିରେ ମୃତ୍ୟୁବରଣ କଲେଣି । କିନ୍ତୁ ଦେଶର ରାଜଧାନୀ ଦାର-ଏ-ସଲାମରେ ପ୍ରଶାସନ ତରଫରୁ ପ୍ରତିଦିନ ଏକ କରୋନା ଅପଡେଟ ବୁଲେଟିନ ମଧ୍ୟ ଜାରି କରାଯାଉନି ।

ରାଷ୍ଟ୍ରପତି ମାଗୁଫୁଲୀ କହିଛନ୍ତି ଯେ, ସେ ଏକ ପ୍ଲେନ୍ ମାଡାଗାସ୍କର ପଠାଇବେ ସେଠାରୁ ପ୍ରାକୃତିକ ଔଷଧ ଆଣିବା ପାଇଁ ଯାହାଫଳରେ କରୋନା ଭାଇରସର ସଂକ୍ରମଣ ରୋକାଯାଇପାରିବ ବୋଲି ଦାବି କରିଛନ୍ତି ରାଷ୍ଟ୍ରପତି ମାଗୁଫୁଲୀ

Leave a Reply