ଏହି ଦେଶରେ ସଂକ୍ରମିତ ହେବା ପାଇଁ ଆୟୋଜିତ ହେଉଛି କରୋନା ପାର୍ଟି !

ନୂଆଦିଲ୍ଲୀ: ବିଶ୍ୱରେ କାୟା ବିସ୍ତାର କରୁଛି କରୋନା । ଏଭଳି ସ୍ଥିତିରେ ଆମେରିକା ହେଇଛି ବେହାଲ । ଆମେରିକାର ଅଣ୍ଟା ଭାଙ୍ଗିଛି କରୋନା । କରୋନାଠୁ ବଞ୍ଚିବାକୁ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବି ବିଫଳ ହେଉଛି ଆମେରିକା । ସେଠାରେ ଏବେ ପର୍ଯ୍ୟନ୍ତ ୭୭ହଜାର ଲୋକଙ୍କ ପ୍ରାଣ ଗଲାଣି । ଏହା ମଧ୍ୟରେ ଏମିତି ବି ଖବର ଆସିଛି ଯେ, ଆମେରିକାରେ ଲକଡାଉନ ନିୟମକୁ ଉଲଂଘନ ଏବଂ ସାମିଜିକ ଦୂରତାକୁ ବେଖାତିର କରାଯାଉଛି । ଏହାସହ ଆମେରିକାର କେତେକ ଅଧିକାରୀ କରୋନା ପର୍ଟିକୁ ନେଇ ନିଜର ଚିନ୍ତା ଜାହିର କରିଛନ୍ତି ।   

ଏଏଫପିର ରିପୋର୍ଟ ଅନୁସାରେ, ୱାସିଂଟନର ବାଲ୍ଲା ବାଲ୍ଲା କାଉଣ୍ଟିର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଅଞ୍ଚଳରେ କରୋନା ଭାଇରସ୍ ୧୦୦ଟି ଏମିତି ମାମଲା ଆସିଛି ଯାହା କରୋନା ଭାଇରସ୍ ପାର୍ଟି ଯୋଗୁଁ ହିଁ ବ୍ୟାପିଛି । ପାର୍ଟିର ଲୋକମାନେ ଜାଣିଶୁଣି ଏହି ଭାଇରସ୍ ବିସ୍ତାର କରିଥିଲେ।

ୱାସିଂଟନର ସ୍ୱାସ୍ଥ୍ୟ ସଚିବ ଜାନ୍ ବିସମୈନ କହିଛନ୍ତି ଯେ, ମହାମାରୀ ସମୟରେ ଲୋକ ଏକାଠି ହେବା ବିପଦପୂର୍ଣ୍ଣ । ଏମିତିରେ ଲୋକ ହସପିଟାଲରେ ଭର୍ତ୍ତି ହେବାର ଆଶଙ୍କା ଅଧିକଥାଏ ଏବଂ ମୃତ୍ୟୁ ବି ହୋଇପାରେ । ଆମେରିକୀୟ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, କରୋନାରୁ ସୁସ୍ଥ ହୋଇଥିବା ଲୋକ ଦୀର୍ଘଦିନ ଧରି ଆଉଥରେ ସଂକ୍ରମିତ ନ ହେବେ ତାର କୌଣସି ଭରସା ନାହିଁ । ବିସମୈନ ଏହା ମଧ୍ୟ କହିଛନ୍ତି ଯେ, ଦୀର୍ଘ ସମୟ ପରେ ଆମ ଶରୀରରେ ଭାଇରସର କଣ ପ୍ରଭାବ ପଡ଼ିବ ତାହା ମଧ୍ୟ ଆମକୁ ଜଣା ନାହିଁ ।

ଗତମାସ ଆମେରିକାର ସିକାଗୋରେ ମଧ୍ୟ ସାମାଜିକ ଦୂରତାକୁ ବେଖାତିର କରିବାର ଏକ ପାର୍ଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା  । ପାର୍ଟି ପାଇଁ ଗୋଟିଏ ଘରେ ଶତଧିକ ଲୋକ ଜମା ହୋଇଥିଲେ । ପାର୍ଟିରେ ଥିବା ଲୋକମାନେ ହିଁ ଏହି ଭିଡ଼ିଓଟି ନିଜେ ଅପଲୋଡ଼ କରିଥିଲେ ।

କରୋନା ଭାଇରସର ନାଁରେ ହୋଇଥିବା ପାର୍ଟିରେ ଯେଉଁଲୋକ ସଂକ୍ରମିତ ନୁହଁନ୍ତି ସେମାନେ ସଂକ୍ରମିତଙ୍କ ସହ ବସୁଥିଲେ ଯେମିତି କି ସେମାନେ ସଂକ୍ରମିତ ହୋଇଯିବେ । ଏନେଇ ସ୍ୱାସ୍ଥ୍ୟ ସଚିବ ଜାନ ବିସମୈନ କୁହନ୍ତି ଯେ, ଏମିତି କରିବା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବହୁତ ବଢିଯିବ ଏବଂ ୱାସିଂଟନରୁ ଲଗଡାଉନ୍ ହଟାଇବାରେ ମଧ୍ୟ ବିଳମ୍ବ ହେବ ।

ବଲ୍ଲା ବଲ୍ଲା କାଉଁଟିର କମ୍ୟୁନିଟି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମେଘନ ଡିବୋଲ୍ଟ କୁହନ୍ତି ଯେ, କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼େ କି କେତେକ ସଂକ୍ରମିତ ଲୋକ ପାର୍ଟିକୁ ଯାଇଥିଲେ । ତେବେ ଏହି ପାର୍ଟି କେଉଁଠାରେ ହୋଇଥିଲା ସେବାବଦରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ  ମଧ୍ୟ ଜଣା ନାହିଁ ।  ଏହି ଭିଡ଼ିଓ ଭାଇରାଲ ହେବାପରେ ହିଁ ପାର୍ଟି ବିଷୟରେ ଜଣା ପଡିଥିଲା ।

Leave a Reply