ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକସିନର ଦୁଇ ଡୋଜରେ ମିଳିବ ଜବରଦସ୍ତ ଇମ୍ୟୁନିଟି ପାୱାର
1 min readବ୍ରିଟସ କମ୍ପାନୀ ଏଷ୍ଟ୍ରାଜେନକା ମାଧ୍ୟମରେ ଅକ୍ସଫୋର୍ଡର କରୋନା ଭାକସିନ ଏବେ ଭାରତରେ ମଧ୍ୟ ଉତ୍ପାଦନ ଆରମ୍ଭ ହୋଇସାରିଛି । ଏବେ ଏହି ଭ୍ୟାକସିନ ବିଷୟରେ ଭଲ ଖବର ଆସିଛି ଯେ, ଏହାର ବାସ ଦୁଇ ଡୋଜରେ ଆପଣଙ୍କ ଇମ୍ୟୁନିଟି ପାୱାର ବଢିଯିବ ।
ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ MMR ଟିକା ପରି ଅକ୍ସଫୋର୍ଡ କରୋନା ଟିକା AZD1222 ର ଦୁଇଟି ଡୋଜର ଆବଶ୍ୟକ ହୋଇପାରେ । ଘୁଷୁରିମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣ ସମୟରେ, ଏହା ଜଣାପଡିଛି ଯେ ବୁଷ୍ଟର୍ ଡୋଜ୍ ଏକ ଶକ୍ତିଶାଳୀ ପ୍ରତିରକ୍ଷା ସୃଷ୍ଟି କରିଥାଏ । ତଥାପି, ଏହି ଟିକା ପରୀକ୍ଷା ସମୟରେ ମଣିଷମାନଙ୍କୁ ଦିଆଯାଇସାରିଛି ଏବଂ ସକାରାତ୍ମକ ଫଳାଫଳ ବାହାରିଛି ।
ଅକ୍ସଫୋର୍ଡର କିଛି ବୈଜ୍ଞାନିକ ଆଶା ପ୍ରକଟ କରିଛନ୍ତି ଯେ ଅକ୍ଟୋବର ସୁଦ୍ଧା ଏହି ଟିକା ପ୍ରସ୍ତୁତ ହୋଇପାରେ। କରୋନା ର AZD1222 ଟିକା ଅନ୍ୟ ଭ୍ୟାକସିନ କ୍ୟାଣ୍ଡିଡେଟଙ୍କଠାରୁ ବହୁ ଆଗରେ ବିବେଚନା କରାଯାଏ । ଭାରତ ସମେତ ଅନେକ ଦେଶରେ ଏହାର ଉତ୍ପାଦନ ଆରମ୍ଭ ହୋଇସାରିଛି ।
ବୈଜ୍ଞାନିକ ଏବଂ ସରକାରଙ୍କ ଦ୍ୱାରା ଯେଉଁଦିନ AZD1222 ଭ୍ୟାକସିନକୁ ମଞ୍ଜୁରୀ ମିଳିବ, ତାପର ଠାରୁ ସାଧାରଣ ଜନତା ପାଇଁ ଏହା ଉପଲବ୍ଧ କରାଯିବା ସୂଚନା ରହିଛି । ଅନେକ ଦେଶରେ ଏହି ଭ୍ୟକସିନର ଉତ୍ପାଦନର ପ୍ରସ୍ତୁତି ବହୁ ସମୟରୁ ହୋଇଆସୁଛି ।
ଏଥିସହିତ ବ୍ରିଟେନ ସରକାର କହିଛନ୍ତି ଯେ କରୋନା ଟିକା ପ୍ରସ୍ତୁତ ହେବା ମାତ୍ରେ ସରକାରୀ ସ୍ୱାସ୍ଥ୍ୟ କର୍ମୀ, ସାମାଜିକ ସେବା କର୍ମଚାରୀ, ୫୦ ବର୍ଷରୁ ଅଧିକ ଲୋକ ଏବଂ ହୃଦୟ, କିଡନୀ ରୋଗୀ ଏହି ଟିକାକୁ ପ୍ରାଥମିକତା ଭିତ୍ତିରେ ପାଇବେ ।
ଆଷ୍ଟ୍ରାଜେନେକା କମ୍ପାନୀର ସିଇଓ କହିଛନ୍ତି ଯେ ୧୦,୦୦୦ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଉଛି। ସେ କହିଛନ୍ତି ଯେ ଲୋକମାନେ ଏହି ଟୀକାରୁ ଅତି କମରେ ଏକ ବର୍ଷ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ପାଇବେ।