ଏଣିକି କରୋନା ଆକ୍ରାନ୍ତ ଖୁବ୍‌ ଶୀଘ୍ର ହେବେ ଡିସ୍‌ଚାର୍ଜ, ଆସିଲା ନୂଆ ନିୟମ

1 min read

ନୂଆଦିଲ୍ଲୀ: ସୁସ୍ଥ ହେବା ପରେ କରୋନା ସଂକ୍ରମିତ ରୋଗୀଙ୍କୁ ଡିସଚାର୍ଜ କରିବା ନୀତିରେ ଏକ ପରିବର୍ତ୍ତନ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର ସକାଳେ ଏହି ନୂତନ ନୀତି ପ୍ରଣୟନ କରିଛି । ତାହା ହେଉଛି ଯଦି ଡିସଚାର୍ଜ ପୂର୍ବରୁ ସମସ୍ତଙ୍କୁ ପରୀକ୍ଷଣର ଆବଶ୍ୟକତା ନାହିଁ । ଯଦି ରୋଗୀଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି, ତେବେ ୧୦ ଦିନ ମଧ୍ୟରେ ଡାକ୍ତରଖାନାରୁ ସେମାନଙ୍କୁ ଡିସଚାର୍ଜ କରାଯାଇପାରିବ । ଡିସଚାର୍ଜ ପରେ ରୋଗୀକୁ ବର୍ତ୍ତମାନ ୧୪ ଦିନ ପରିବର୍ତ୍ତେ ୭ ଦିନ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପଡ଼ିବ । ୧୪ ଦିନ ପର୍ଯ୍ୟନ୍ତ ଟେଲି-କନଫରେନ୍ସ ମାଧ୍ୟମରେ ରୋଗୀକୁ ବୁଝାସୁଝା କରାଯିବ ।

ଅସ୍ୱାଭାବିକ ମାମଲାଗୁଡ଼ିକ ପାଇଁ ଏହି ବ୍ୟବସ୍ଥା

ଯେଉଁ କରୋନା ରୋଗୀଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ସେମାନଙ୍କୁ କୋଭିଡ କେୟାର ହସ୍ପିଟାଲରେ ରଖାଯିବ । ଯେଉଁଠାରେ ସେମାନଙ୍କୁ ନିୟମିତ ଭାବେ ତାପମାତ୍ରା ଯାଞ୍ଚ ଏବଂ ପଲ୍ସ ଟେଷ୍ଟ ଦେବାକୁ ପଡ଼ିପାରେ । ଯଦି ୩ ଦିନ ମଧ୍ୟ ଜ୍ୱର ନଥାଏ ତେବେ ରୋଗୀକୁ ୧୦ ଦିନରେ ଡିସଚାର୍ଜ କରାଯାଇପାରେ । ଏହା ପୂର୍ବରୁ କୌଣସି ଟେଷ୍ଟିଂର ଆବଶ୍ୟକ ନାହିଁ । ଡିସଚାର୍ଜ ପରେ ରୋଗୀଙ୍କୁ ୭ ଦିନ ଆଇସୋଲେସନ୍‌ରେ ରହିବାକୁ କୁହାଯିବ । ଡିସଚାର୍ଜ ପୂର୍ବରୁ ରୋଗୀକୁ ନିଶ୍ୱାସ ପ୍ରସ୍ୱାସରେ ଯଦି କିଛି ଅସୁବିଧା ହେଲା ଏବଂ ସେଚୁରେସନ୍‌ ୯୫%ରୁ ତଳକୁ ଖସିଲା ତେବେ ସେହି ରୋଗୀକୁ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ ।

ଲକ୍ଷଣ ଥିଲେ ରୋଗୀଙ୍କୁ ସିଧା ବେଡ୍ ଆଡମିଶନ

ସାମାନ୍ୟ ଗମ୍ଭୀର ଲକ୍ଷଣ ଥିବା ରୋଗୀଙ୍କୁ ସିଧାସଳଖ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲରେ ଅକ୍ସିଜେନ୍‌ରେ ବେଡ୍‌ରେ ରଖାଯିବ । ସେମାନଙ୍କ ଶରୀରର ତାପମାତ୍ରା ନିୟମିତ ଯାଞ୍ଚ କରାଯିବ । ଅମ୍ଳଜାନ ସାଚୁରେସନର ଯାଞ୍ଚ କରାଯିବ । ଯଦି ୩ ଦିନ ମଧ୍ୟରେ ଜ୍ୱର କମିଯାଏ ଏବଂ ପରବର୍ତ୍ତୀ ୪ ଦିନ ପାଇଁ ରୋଗୀର ଅମ୍ଳଜାନ ସେଚୁରେସନ୍‌ ୯୫%ରୁ ଅଧିକ ରୁହେ, ତେବେ ରୋଗୀକୁ ୧୦ ଦିନ ପରେ ହିସ୍‌ଚାର୍ଜ କରାଯାଇପାରିବ । ଯଦି ଏଥିରେ କିଛି ବିଚ୍ୟୁତି ଦେଖାଗଲା ତେବେ ରୋଗୀର ପରୀକ୍ଷା କରାଯିବ ।

Leave a Reply