କରୋନା ସମୟରେ ୧୭୩ ବର୍ଷର ଋଣ ସୁଝୁଛନ୍ତି

1 min read

ୱାସିଂଟନ୍:  ଆମେରିକାକୁ ଗ୍ରାସ କରିଛି କରୋନା । ବର୍ତ୍ତମାନ ସୁଧା ଆମେରିକାରେ ୭୧ହଜାରରୁ ଅଧିକ ଲୋକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ଥିବା ବେଳେ ୧୨ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏବେ ସେଠାରେ କରୋନା ପାଇଁ ସଂଘର୍ଷ କରୁଥିବା ଆମେରିକାର କିଛି ଲୋକଙ୍କୁ ୧୭୩ବର୍ଷ ପୂର୍ବେ କରିଥିବା ସାହାଯ୍ୟ ପାଇଁ ଟଙ୍କା ମିଳୁଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ  ।    ୧୮୪୭ ମସିହାରେ ମୁଳ ଆମେରିକୀୟ ଜନଜାତି  ଗ୍ରେଟ୍ ପୋଟାଟୋ ମହାମାରୀ ସମୟରେ ଆୟରଲାଣ୍ଡର ଲୋକଙ୍କ ପାଖକୁ  ୧୭୦ ଡଲାରର ସାହାଯ୍ୟ ପଠାଇଥିଲେ । ଏବେକା ସମୟରେ ଏହାର ମୁଲ୍ୟ ୩.୭ଲକ୍ଷ ଟଙ୍କା ।

୧୭୩ବର୍ଷ ପୂର୍ବରୁ ସାହାଯ୍ୟ ପାଇଥିବା ଆୟରଲାଣ୍ଡର ଲୋକେ ଆମେରିକୀୟ ଜନଜାତିକୁ ଏବେ କରୋନା ଭାଇରସ୍ ସମୟରେ ସାହାଯ୍ୟ କରୁଛି । ଏହି କମ୍ୟୁନିଟି କରୋନାରେ ବହୁତ ଅଧିକ ପ୍ରଭାବିତ ହୋଇଛି ।

ଆମେରିକାର ନାଭାଜୋ ଜାତି ରହୁଥିବା  ଅଞ୍ଚଳରେ ୩ ମେ ପର୍ଯ୍ୟନ୍ତ ୭୩ ଲୋକଙ୍କ କରୋନା କରାଣରୁ ମୃତ୍ୟୁ ହୋଇସାରିଛି, ଯେବେ କି ୨୩୭୩ଲୋକ କରୋନାରେ ସଂକ୍ରମିତ ଅଛନ୍ତି । ଗଣମାଧ୍ୟମ ସୂଚନା ଅନୁସାରେ ନବାଜୋ ନେସନର ୪୦ ପ୍ରତିଶତ ଲୋକଙ୍କ ଘରେ ପାଣିର ସପ୍ଲାଏ ନାହିଁ ଏବଂ ୧୦ ପ୍ରତିଶତ ଲୋକଙ୍କ ଘରେ ବିଦ୍ୟୁତ୍ ମଧ୍ୟ ନାହିଁ ।

ଏହାସହ, ସହାୟତା ପାଇଁ କ୍ରାଉଡଫଣ୍ଡିଂ ୱେବସାଇଟ୍ GoFundMeରେ ଏକ ଅଭିଯାନ ଆରମ୍ଭ ହୋଇଛି । ଯେଉଁଠାରେ ଏପର୍ଯ୍ୟନ୍ତ ସହାୟତା ପାଇଁ ୨୩ ଲକ୍ଷ ଡଲାରରୁ ଅଧିକ ଟଙ୍କା ମିଳିଛି । ଏହାର ଏକ ବଡ଼ ଅଂଶ ଆୟର୍ଲାଣ୍ଡରୁ ସାହାଯ୍ୟ କରିଥିବା ଶହ ଶହ ଲୋକଙ୍କର ।

କୁହାଯାଏ ଯେ ଆୟର୍ଲାଣ୍ଡର ଲୋକମାନେ ୧୮୪୭ ମସିହାରେ ପଡ଼ୋଶୀ ଆମେରିକୀୟଙ୍କ ସାହାଯ୍ୟକୁ ଭୁଲି ନାହାଁନ୍ତି । ୨୦୧୭ରେ, ଆୟର୍ଲାଣ୍ଡର କାଉଣ୍ଟି କର୍କରେ କିଣ୍ଡ୍ରେଡ୍ ସ୍ପିରିଟ୍ସ ନାମକ ୯ଟି ମୂର୍ତ୍ତି ସ୍ଥାପନ କରାଯାଇଥିଲା । ୨୦୧୮ରେ, ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରାଡକର ନାଭାଜୋ ଜାତିର ଲୋକଙ୍କ ପାଇଁ ବୃତ୍ତି ଘୋଷଣା କରି କହିଥିଲେ ଯେ, ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସମ୍ପର୍କ ପବିତ୍ର । ସେ ଏହା ମଧ୍ୟ କହିଥିଲେ ଯେ ଆମେ ଆପଣଙ୍କ ଦୟାକୁ ଆମେ କେବେବି ଭୁଲି ନାହୁଁ ଏବଂ ଭୁଲି ପାରିବୁ ନାହିଁ।

Leave a Reply