ଆମେରିକୀୟ ବୈଜ୍ଞାନିକଙ୍କ ଦାବି…ସୂର୍ଯ୍ୟ କିରଣ କରୋନା ଭୂତାଣୁର କାଳ !
ନୂଆଦିଲ୍ଲୀ: କରୋନା ଭୂତାଣୁ ଟିକା ନେଇ ସମଗ୍ର ବିଶ୍ୱରେ ଅନୁସନ୍ଧାନ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଭୂତାଣୁ ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଇ ନାହିଁ। ତେବେ ଏହି ସମୟରେ, ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ, ସୂର୍ଯ୍ୟ କିରଣରେ କରୋନା ଭାଇରସ ଶୀଘ୍ର ମରିଯାଏ। ଆମେରିକାରେ ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣି ପାରିଥିବା ଦାବି କରିଛନ୍ତି । ରିପୋର୍ଟ ଅନୁସାରେ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ମାତ୍ରେ କରୋନା ଭୂତାଣୁ ମରିଯାଏ ବୋଲି ଜଣାପଡିଛି । ଅବଶ୍ୟ ଏହି ବିଷୟରେ ଆନୁଷ୍ଠାନିକ ଭାବେ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ ।
ହୋମ୍ ଲ୍ୟାଣ୍ଡ ବିଭାଗର ସଚିବ କହିଛନ୍ତି ଯେ, ସରକାରୀ ବୈଜ୍ଞାନିକମାନେ କରୋନା ଭୂତାଣୁ ଉପରେ ଅତିବାଇଗଣି ରଶ୍ମିର ଶକ୍ତିଶାଳୀ ପ୍ରଭାବ ଦେଖିଛନ୍ତି। ତାଙ୍କ କହିବା ଅନୁସାରେ ଗ୍ରୀଷ୍ମ ଋତୁରେ ଏହାର ବିସ୍ତାର କମ୍ ହୋଇପାରେ । ବ୍ରାୟନଙ୍କ କହିବା ଅନୁସାରେ ତାଙ୍କ ଗବେଷଣାରୁ କିଛି ଖାସ ଜଣାପଡିଛି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି, ଉଭୟ ସୂର୍ଯ୍ୟ କିରଣ ଏବଂ ବାୟୁ ଏହି ଭୂତାଣୁକୁ ମାରିବାର କ୍ଷମତା ରଖିଛି।
ମେରିଲ୍ୟାଣ୍ଡ ସ୍ଥିତ ନ୍ୟାସନାଲ ବାୟୋଡିଫେନ୍ସ ଆନାଲିସିସ୍ ଏଣ୍ଡ କାଉଣ୍ଟର ମେଜର୍ସ ସେଣ୍ଟରର ଏକ ଅନୁସନ୍ଧାନ ଅନୁସାରେ ୩୫ °ସେଲସିଅସ୍ ରୁ ଅଧିକ ତାପମାତ୍ରା ଭୂତାଣୁଙ୍କ ଜୀବନକୁ ଅଧା କରିଦିଏ ଏବଂ ୧୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହୁଥିବା ଏହି ଭୂତାଣୁ କିଛି ମିନିଟରେ ମରିଯାଇପାରନ୍ତି । ଏହା ସହ ବ୍ରାଏନ୍ କହିଛନ୍ତି ଯେ, ଯେତେବେଳେ କରୋନା ଭୂତାଣୁ ସୂର୍ଯ୍ୟ କିରଣ ଦ୍ୱାରା ପ୍ରଭାବିତ ହୁଅନ୍ତି । ତାପମାତ୍ରା ୭୫ ଡିଗ୍ରୀରୁ ଅଧିକ ହେଲେ ଏହା କିଛି ମିନିଟ୍ ମଧ୍ୟରେ ମରିପାରେ ।