ଲକଡାଉନ୍ 2.0: ଜାଣନ୍ତୁ ଆଜିଠୁ କେଉଁ ରାଜ୍ୟରେ କେତେ କୋହଳ

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ହରାଇବାକୁ କରିବା ପାଇଁ ଦେଶରେ ଲକଡାଉନ୍ ଲାଗୁ ହୋଇଛି । ଏହି ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ଜାରି ରହିବ, ଯେଉଁଥିରେ ସମସ୍ତଙ୍କୁ ଘରେ ରହିବାକୁ, ବଜାର ବନ୍ଦ କରିବାକୁ, ଶିଳ୍ପ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଆଜି ଏପ୍ରିଲ ୨୦ ତାରିଖରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିହ୍ନଟ ହୋଇଥିବା କିଛି ଅଞ୍ଚଳକୁ କୋହଳ କରାଯାଇଛି ।

ତେବେ, ସ୍ଥିତିକୁ ଭିତ୍ତି କରି ରାଜ୍ୟମାନେ ଏହି ଛାଡଗୁଡିକ ନିଜ ଅନୁଯାୟୀ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଞ୍ଚଳରେ କରୋନା ଭାଇରସ୍ ବୃଦ୍ଧିର ଆଶଙ୍କା ରହିଛି, ସେଠାରେ କୌଣସି ଛାଡ ନାହିଁ ଏବଂ କଡ଼ାକଡ଼ି ଭାବେ ନିୟମ ପାଳନକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟ କେତେ କୋହଳ କରିଛି ।

ଦିଲ୍ଲୀ

ଦିଲ୍ଲୀ ସରକାର ଲକଡାଉନ୍ ମଧ୍ୟରେ କୌଣସି ପ୍ରକାର କୋହଳ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କରୋନା ଭାଇରସ୍ ପଜିଟିଭ୍ ମାନଲା କ୍ରମାଗତ ଭାବେ ବୃଦ୍ଧି ପାଇଛି, ଏଭଳି ପରିସ୍ଥିତିରେ ଆସନ୍ତା ସପ୍ତାହେ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସପ୍ତାହେ ପରେ ନିଷ୍ପତ୍ତି ନିଆଯିବ ଯେ, କେଉଁ ଅଞ୍ଚଳରେ ଛାଡ ଦିଆଯିବ ଏବଂ କେଉଁ ଅଞ୍ଚଳରେ ନାହିଁ ।  ଲକଡାଉନ୍ ଯେପରି ଚାଲିଛି ସେହିଭଳି ଚାଲିବ ।

ଉତ୍ତରପ୍ରଦେଶ

  • ସୋମବାର ଠାରୁ ଉତ୍ତରପ୍ରଦେଶରେ କିଛି ଅଞ୍ଚଳକୁ କେତକ କାର୍ଯ୍ୟକୁ ଛାଡ଼ ମିଳିବ, ଯେଉଁଥିରେ ସରକାରୀ କାର୍ଯ୍ୟାଳୟର ୩୩ ପ୍ରତିଶତ କର୍ମଚାରୀ ଆସିବା ଏଥିରେ ସାମିଲ ଅଛନ୍ତି ।
  • ରାଜ୍ୟର ସେହି ୧୯ଟି ଜିଲ୍ଲାରେ କୌଣସି ଛାଡ ଦିଆଯିବ ନାହିଁ ଯେଉଁଠାରେ ୧୦ରୁ ଅଧିକ କରୋନା ମାମଲା ରହିଛି ।
  • ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାପାଳଙ୍କୁ ଜିରୋ ଗ୍ରାଉଣ୍ଡକୁ ଯାଇ ପରିସ୍ଥିତିକୁ ଭିତ୍ତି କରି ନିଷ୍ପତ୍ତି ନେବାକୁ କହିଛନ୍ତି ।
  • ଆଗ୍ରା, ଲକ୍ଷ୍ନୌ, ନୋଏଡା, ଗାଜିଆବାଦ, କାନପୁର, ବାରାଣାସୀ ଭଳି ଜିଲ୍ଲାରେ କରୋନା ଭାଇରସ୍ ମାମଲା ଅଧିକ, ତେଣୁ ଏଠାରେ କୌଣସି ଛାଡ ହେବ ନାହିଁ । ଏହା ବ୍ୟତୀତ, ରାଜ୍ୟରେ ସ୍ଥିର ହୋଇଥିବା ହଟସ୍ପଟ୍ ସ୍ଥାନ ଗୁଡିକ ସିଲ୍ ହୋଇ ରହିଛି ।
  • ୨୦ ଏପ୍ରିଲ ରାତିରୁ ଟୋଲ ଟ୍ୟାକ୍ସ ସଂଗ୍ରହ ଆରମ୍ଭ ହୋଇଛି ।
  • ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ସୋମବାର ଠାରୁ ଖୋଲିବ ଯେଉଁଥିରେ ବିଭିନ୍ନ ସ୍ତରର କର୍ମଚାରୀ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦି ଅଫିସକୁ ଆସିବା ଆରମ୍ଭ କରିବେ।
  • ସରକାରୀ କାର୍ଯ୍ୟାଳୟରେ ସର୍ବାଧିକ ୩୩ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନକୁ ଅନୁମତି ଦଆଯାଇଛି । ଏବଂ ସେମାନଙ୍କୁ ରୋଟେସନ ଭିତ୍ତିରେ ଡ୍ୟୁଟିରେ ଡକାଯିବ ।
  • ଉତ୍ତରପ୍ରଦେଶର ସମସ୍ତ କୋର୍ଟ ୨୭ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ।
  • ନୋଏଡା, ଗ୍ରେଟର ନୋଏଡା ଏବଂ ଯମୁନା ଏକ୍ସପ୍ରେସୱେ ଅଫିସରେ ମଧ୍ୟ ୩୩ ପ୍ରତିଶତ କର୍ମଚାରୀଙ୍କ ସହ କାର୍ଯ୍ୟ କରାଯିବ ।

ମଧ୍ୟପ୍ରଦେଶ

  • ଭୋପାଳ, ଇନ୍ଦୋର ଏବଂ ଉଜ୍ଜେନରେ ସମ୍ପୂର୍ଣ୍ଣ ଲକଡାଉନ୍ କଡ଼ାକଡ଼ି କରାଯିବ ।
  • ୨୬ଟି ଜିଲ୍ଲାରେ କେବଳ ହାତଗଣତି ସରକାରୀ କାର୍ଯ୍ୟାଳୟ, ଶିଳ୍ପ କାର୍ଯ୍ୟକଳାପ ଅନୁମତି ମିଳିବ ।
  • ସେହି ଅଞ୍ଚଳର ଜିଲ୍ଲା କିମ୍ବା ସହରଗୁଡିକରେ କୌଣସି ଛାଡ଼ କରାଯିବ ନାହିଁ ଯେଉଁଠାରେ କରୋନା ମାମଲା ଅଛି ।
  • ସାରା ରାଜ୍ୟରେ ସ୍କୁଲ, କଲେଜ, ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ୍ ବନ୍ଦ ରହିବ ।

ମହାରାଷ୍ଟ୍ର

  • କିଛି ପରିମାଣରେ ମହାରାଷ୍ଟ୍ରର ଗ୍ରୀନ ଏବଂ ଅରେଞ୍ଜ୍ ଜୋନରେ ଶିଳ୍ପ କାର୍ଯ୍ୟକଳାପ ଆରମ୍ଭ ହେବ ।
  • ଆରମ୍ଭ ହେବାକୁ ଥିବା କାର୍ଯ୍ୟକଳାପ ପାଇଁ ଶ୍ରମିକମାନଙ୍କୁ କାରଖାନାରୁ ପରିବହନ ପାଇଁ ସୁବିଧା ମିଳିବ । ଖାଦ୍ୟ ଏବଂ ରାସନ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ତେବେ କର୍ମଚାରୀମାନଙ୍କୁ କାମ ପାଇଁ ଦୂର ଯାତ୍ରା କରିବାକୁ ଅନୁମତି ନାହିଁ ।
  • ସମସ୍ତ ଜିଲ୍ଲାର ସୀମା ସିଲ୍ ରହିବ, କେବଳ ଆବଶ୍ୟକ କାର୍ଯ୍ୟ ପାଇଁ ଯାଉଥିବା ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି ।
  • ମୁମ୍ବାଇର ସମଗ୍ର ଅଞ୍ଚଳ ରେଡ୍ ଜୋନରେ ଆସୁଛି, ତେଣୁ ସେଠାରେ କୌଣସି କାର୍ଯ୍ୟକୁ ଛାଡ଼୍ କରାଯିବ ନାହିଁ ।

ବିହାର

  • ଆଜିଠାରୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ ହୋଇଛି, ତେଣୁ ସାମାଜିକ ଦୂରତା ଅନୁସରଣ କରିବା ନିହାତି ଆବଶ୍ୟକ । ତେଣୁ କେବଳ ୩୩ ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ।
  • ସାରା ରାଜ୍ୟରେ ତିନି ହଜାରରୁ ଅଧିକ ଶିଳ୍ପ ପୁଣି ଆରମ୍ଭ ହେବ, ତେଣୁ ସାମାଜିକ ଦୂରତା ଏବଂ ସାନିଟାଇଜର୍ ବ୍ୟବସ୍ଥା ନିହାତି ଆବଶ୍ୟକ ।
  • ମନରେଗା ସହିତ ଜଡିତ କାର୍ଯ୍ୟ ଆରମ୍ଭ ହେବ, ଯାହା ଫଳରେ ଶ୍ରମିକମାନେ ଛାଡ଼ ମିଳିପାରିବ ।
  • ରାସ୍ତା, କଲଭର୍ଟ ସମେତ ଅନ୍ୟ କେତେକ ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

କର୍ଣ୍ଣାଟକ

  • ଏପ୍ରିଲ୍ ୨୧ରୁ କର୍ଣ୍ଣାଟକରେ କିଛି ରିହାତି ଘୋଷଣା କରାଯାଇପାରେ । ସୋମବାର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।
  • ମେ ୩ ପର୍ଯ୍ୟନ୍ତ, ମଲ୍, ଶୋ’ରୁମ୍, ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଉପରେ ପ୍ରତିବନ୍ଧକ ଜାରି ରହିବ ।

ରାଜସ୍ଥାନ

  • ଅତ୍ୟାବଶ୍ୟକ ସେବା ବ୍ୟତୀତ ଏପ୍ରିଲ୍ ୨୦ରୁ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ୩୩% କର୍ମଚାରୀଙ୍କୁ ରୋଟେସନ  ଭିତ୍ତିରେ କାର୍ଯ୍ୟକରିବାକୁ ନିଷ୍ପତ୍ତି ନିଆଯାଇଛି ।
  • ବର୍ତ୍ତମାନ କେବଳ ସଚିବ, ବିଭାଗର ମୁଖ୍ୟ, ଡେପୁଟି ସେକ୍ରେଟାରୀ ସ୍ତରୀୟ ଅଧିକାରୀ, ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ, ପର୍ଯ୍ୟାୟ କ୍ରମେ ଏନେଇ ନିଷ୍ପତ୍ତି ନିଆଯିବ।
  • ପ୍ରାୟ ୪୦୦ମଣ୍ଡି ଏବଂ ଗୌଣ ମଣ୍ଡି, ପ୍ରାୟ ୫୦୦ଗ୍ରାମ ସେବା ସମବାୟ ସମିତି ଏବଂ କ୍ରୟ-ବିକ୍ରୟ ସମବାୟ ସମିତି ଏବଂ ପ୍ରାୟ ୧୫୦୦କୃଷି ପ୍ରକ୍ରିୟାକରଣ ୟୁନିଟ୍ ମାଧ୍ୟମରେ ଦ୍ରବ୍ୟ କ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି।

କେରଳ

  • ରାଜ୍ୟ ସରକାର ଜିଲ୍ଲାଗୁଡ଼ିକୁ ଚାରୋଟି ଜୋନ୍, ରେଡ୍-ଅରେଞ୍ଜ-ଏ, ଅରେଞ୍ଜ ବି ଏବଂ ଗ୍ରୀନ୍ ଜୋନରେ ବିଭକ୍ତ କରିଛନ୍ତି।
  • ରେଡ୍ ଜୋନରେ କାସରଗୋଡ୍, କନ୍ନୁର, କୋଜିକୋଡେ, ମଲାଲାପୁରମ୍ ଜିଲ୍ଲା ଅନ୍ତର୍ଭୁକ୍ତ । ମେ ୩ ପର୍ଯ୍ୟନ୍ତ କୌଣସି ରିହାତି ନାହିଁ ।
  • ଅରେଞ୍ଜ-ଏ ଜିଲ୍ଲାଗୁଡିକରେ ଏପ୍ରିଲ୍ ୨୪ ପର୍ଯ୍ୟନ୍ତ କଡା ଲକଡାଉନ୍, ଅରେଞ୍ଜ-ବି ସୋମବାରରୁ ଛାଡ କରାଯିବ । ଅରେଞ୍ଜ-ବିରେ ରହିଛି ଆୟୁଷ, କୃଷକ, ଚାଷ, ମତ୍ସ୍ୟଚାଷ, ଏହି କ୍ଷେତ୍ରଗୁଡିକ ସମ୍ବନ୍ଧୀୟ ଦୋକାନ ମଧ୍ୟ ଖୋଲିବ ।
  • ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଖାଇବାକୁ ଦେବାକୁ, ଏବଂ ରାତି ୮ ଟା ପର୍ଯ୍ୟନ୍ତ ପାର୍ସଲ ଡେଲିଭରି ହୋଇପାରିବ ।
  • ଘରୋଇ ଯାନ ଉପରେ ଅଡ୍ ଇଭେନ ନିୟମକୁ ଲାଗୁ କରାଯିବ ଯଦିଓ ମହିଳାମାନଙ୍କ ପାଇଁ ଏଙି ନିୟମ ପ୍ରଯୁଜ୍ୟ ନୁହେଁ ।
  • ଗ୍ରୀନ୍ ଜୋନରେ ଘରୋଇ ଯାନ ସହିତ ଅଟୋ ରିକ୍ସା ଛାଡ, କେବଳ ଦୁଇଟି ଚକିବା ପାଇଁ ଛାଡ୍ କରାଯିବ ।

ପଞ୍ଜାବ

ସରକାରଙ୍କ ଦ୍ୱାରା ଏକ ପୋର୍ଟାଲ୍ ସୁବିଧା କରାଯାଇଛି, ଯେଉଁଠାରେ କୃଷକମାନେ ସେମାନଙ୍କର ଫସଲ କିଣା ବିକା ପାଇଁ ପଞ୍ଜିକରଣ କରିପାରିବେ । ସେମାନଙ୍କୁ ଫସଲ ବିକ୍ରୟ ପାଇଁ ବଜାରକୁ ଯିବାକୁ ଅନୁମତି ଦିଆଯିବ ।

Leave a Reply