କାହିଁକି ପ୍ରଧାନମନ୍ତ୍ରୀ କହିଲେ, ସତର୍କ ନହେଲେ ମହଙ୍ଗା ପଡିବ ?

1 min read

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ, ଚଣ୍ଡିଗଡ଼ ସମେତ ପାହାଡ ଏବଂ ଉତ୍ତର ପୂର୍ବ ରାଜ୍ୟ ସହ ଆଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା କାରଣରୁ  ହେଉଥିବା ପ୍ରତି ମୃତ୍ୟୁ ଦୁଃଖଦାୟକ  ଅଟେ । ଭାରତ ଅନ୍ୟ ସବୁ ରାଷ୍ଟ୍ର ଭଳି କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇନାହିଁ । ବିଶ୍ୱର ବଡ ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଲକଡାଉନ୍ ଏବଂ ଭାରତବାସୀଙ୍କ ଦ୍ୱାରା ପ୍ରଦର୍ଶିତ ଅନୁଶାସନ ଆଜି ଆଲୋଚନ କରୁଛନ୍ତି । ଏବେ ଭାରତର ସୁସ୍ଥଙ୍କ ସଂଖ୍ୟା ୫୦%ରୁ ଅଧିକ ହୋଇଛି । ଏବେ ସାରା ବିଶ୍ୱରେ ଭାରତକୁ କରୋନା ସହ ଯୁଦ୍ଧ କରୁଥିବା ଏକା ରାଷ୍ଟ୍ର ଭାବେ ଗଣତି କରାଯାଉଛି । ଭାତରେ ଏବେ ଅଧିକରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହେଉନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏବେ ଟିକିଏ ଦାୟିତ୍ୱହୀନତା ସବୁ ପରିଶ୍ରମକୁ ବେକାର କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭବିଷ୍ୟତରେ ଯେତେବେଳେ ଭାରତର କରୋନା ବିରୋଧରେ ଲଢ଼େଇର ଇତିହାସ ଲେଖାଯିବ, ସେତେବେଳେ ଦେଖାଯିବ ଆମେ କିପରି ଏକାଠି କାମ କରିଥିଲୁ ।  ମୋଦି ଆଉ ଗୋଟିଏ ବଡ଼ କଥା କହିଛନ୍ତି ଆମେ ଯେତେ ଅଧିକ କରୋନାକୁ ଅଟକାଇ ପାରିବା ସେତେ ଆମର ଅଭିବୃଦ୍ଧି ଘଟିବ । ଆମର ଅର୍ଥନୀତି ସେତେ ଖୋଲିବ ଏବଂ ତଳକୁ ଖସିଥିବା ଅର୍ଥନୀତି ବୃଦ୍ଧି ଘଟିବ । ଖାଲି ସେତିକି ନୁହେଁ ଆମର କାର୍ଯ୍ୟାଳୟ, ବଜାର, ପରିବହନ ମାଧ୍ୟମ ବି ଖୋଲିବ ଏବଂ ସମାନ ଭାବରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।

ସେପଟେ ଦେଶରେ କିପରି କାରଖାନା ଗୁଡ଼ିକର ଉନ୍ନତି କରଣ ହୋଇପାରିବ ସେନେଇ ସୂଚନା ଦେଇଛନ୍ତି । ମୁଖ୍ୟନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଉତ୍ପାଦର ମାର୍କେଟିଂ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ କରାଯାଇଛି ସେଥିପାଇଁ ଚାଷୀଙ୍କୁ ବହୁତ ଲାଭଦାୟକ ହେବ। ଏହା ସହିତ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ପାଇଁ ନୂତନ ବିକଳ୍ପ ଉପଲବ୍ଧ ହେବ, ସେମାନଙ୍କର ଆୟ ବୃଦ୍ଧି ପାଇବ ।

Leave a Reply