ଲକଡାଉନରେ ଜନ୍ମ ହୋଇଥିବାରୁ ନାଁ ଦିଆଗଲା ସାନିଟାଇଜର୍
![](https://nandighoshatv.com/wp-content/uploads/2020/04/vv.jpg)
ସହାରନପୁର: କରୋନା ଭାଇରସ ପୂରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ସେନେଇ ଦେଶରେ ୨୧ଦିନର ଲକଡ଼ାଉନ କରାଯାଇଛି । ଏହି ମଧ୍ୟରେ ଉତ୍ତରପ୍ରଦେଶର ସହାରନପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନବଜାତ ଶିଶୁର ନାଁ ତା ବାପା ମାଆ ସାନିଟାଇଜର ରଖିଛନ୍ତି ।
ଏହି ଘଟଣାଟି ଉତ୍ତରପ୍ରଦେଶର ସହାରନପୁରର ଯେଉଁଠାରେ ଏକ ଘରୋଇ ହସପିଟାଲରେ ଏକ ନବଜାତ ଶିଶୁର ନାଁ ସାନିଟାଇଜର ରଖାଯାଇଛି । ଏହି ନାଁ ତା ବାପାମାଆ ଖୁସିରେ ରଖିଛନ୍ତି । ଏପରି ନାଁ ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ ଲୋକମାନେ ପରେ ଖୁସି ମନାଇଥିଲେ ।
ଶିଶୁର ବାପା କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭଳି ମାରାତ୍ମକ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି, ତେଣୁ ଆମେ ବି ସେଥିରେ ସାମିଲ ହୋଇଛୁ ଏବଂ ଆମେ ଆମ ପିଲାକୁ ସାନିଟାଇଜର ନାଁରେ ନାମିତ କରିଛୁ ।
ତେବେ ନବଜାତ ‘ସାନିଟାଇଜର’ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ଅନ୍ୟପକ୍ଷରେ, କରୋନା ଭାଇରସର ସଂଖ୍ୟା ଭାରତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂକ୍ରମିତ ମୋଟ ସଂଖ୍ୟା ୯୩୦୦ଅତିକ୍ରମ କରିଥିବାବେଳେ ୩୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।