ମେ’ ୩ ପର୍ଯ୍ୟନ୍ତ ଦେଶବ୍ୟାପି ବଢିଲା ଲକଡାଉନ୍

ନୂଆଦଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆଜି ସମ୍ବୋଧନ କରି ଲକଡାଉନକୁ ମେ ୩ ପର୍ଯ୍ୟନ୍ତ ବଢାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଲକଡାଉନ ପ୍ରତି ଦେଶବାସୀ ପୂର୍ବ ଭଳି ସମର୍ଥନ ଦିଅନ୍ତୁ ବୋଲି ସେ ଅପିଲ କରିଛନ୍ତି  । ଲକଡାଉନକୁ ଅନୁଶାସନର ସହ ପାଳନ କରିବାକୁ ସେ କହିଛନ୍ତି । ନୂଆ ଅଞ୍ଚଳରେ ଯେମିତି ସଂକ୍ରମଣ ଆରମ୍ଭ ନ ହୁଏ ସେନେଇ ଆମକୁ ଦୃଷ୍ଟି ଦେବକୁ ପଡ଼ିବ ବୋଲି କହିବାସହ ଯେଉଁଠି ନୂଆ କରୋନା ମାମଲା ସାମ୍ନାକୁ ଆସିନି ସେଠାରେ ୨୦ ତାରିଖରୁ କିଛି ରିହାତି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ।

କିନ୍ତୁ ଯଦି ନୂଆ ମାମଲା ସାମ୍ନାକୁ ଆସେ ତେବେ ସବୁ ରିହାତି ବନ୍ଦ କରିଦିଆଯିବ । ଲକଡାଉନର ୨ୟ ପର୍ଯ୍ୟାୟ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । ଯେଉଁଠାରେ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ସେଠି ଘରୁ ବାହରକୁ ବାହାରିବା ନିୟମ କଠୋର ହେବ । ଭାରତ ଯଦି ସଠିକ ସମୟରେ ଲକଡାଉନ୍  ଲାଗୁ କରି ନଥାନ୍ତା ତେବେ ଆମ ପରିସ୍ଥିତି ଗମ୍ଭୀର ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply