ରେଡ୍‌ ଜୋନ୍‌ରେ ଖୋଲିବ ସରକାରୀ ମଦ ଦୋକାନ ! ଦିଲ୍ଲୀ ସରକାର ମାଗିଲେ ତାଲିକା..

1 min read

ଦିଲ୍ଲୀ ଏକ୍ସାଇଜ୍ ବିଭାଗ L-6 ଏବଂ L-8 ଅର୍ଥାତ୍ ମଦ ଏବଂ ବିୟରର ସରକାରୀ ଷ୍ଟୋରଗୁଡିକର ତାଲିକା ମାଗିଛି । ତେବେ ଘରୋଇ ମଦ ଦୋକାନଗୁଡ଼ିକ ଖୋଲାଯିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କୁହାଯାଉଛି । କାରଣ ଅଧିକାଂଶ ଘରୋଇ ଦୋକାନ ସପିଂ ମଲ୍ ଏବଂ ମାର୍କେଟରେ ରହିଛି । ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସପିଂ ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସ ଲକ୍‌ଡାଉନ୍‌ ଯୋଗୁଁ ଖୋଲିବାର ଅନୁମତି ନାହିଁ । ଏଭଳି ପରିସ୍ଥିତିରେ ଘରୋଇ ମଦ ଦୋକାନ ମଧ୍ୟ ଖୋଲିବ ନାହିଁ।

ତେବେ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁ ମଦ ଦୋକାନ ଗୋଟିକିଆ ଭାବେ ରହିଥିବ ସେହି ଦୋକାନ ଖୋଲିପାରେ । ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପ୍ରକାରର ଦୋକାନ ଖୋଲାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ଦିଲ୍ଲୀରେ ୯୬ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଅଛି ଏବଂ ଏହି ଜୋନ୍ ଗୁଡିକରେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ନାହିଁ ବୋଲି କୁହାଯାଇଛି । କେବଳ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇପାରେ । ବର୍ତ୍ତମାନ ପାଇଁ ଦିଲ୍ଲୀ ସରକାର ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି ।

ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍ ଏବଂ ଦିଲ୍ଲୀ ଗ୍ରାହକ ସମବାୟ ହୋଲସେଲ ଷ୍ଟୋର୍ ଲିମିଟେଡ୍ ଠାରୁ ସରକାରୀ ମଦ ଏବଂ ବିୟର ଦୋକାନଗୁଡିକର ତାଲିକା ମଗାଯାଇଛି ।

ସୂଚନାଯୋଗ୍ୟ, ମେ’ ୪ରୁ ଆରମ୍ଭ ହେଉଥିବା ଲକଡାଉନ୍ ୩.୦ ଓ ଏନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌କୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ରୂପେ ଲଗୁ କରିବେ । ଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି । ରେଡ୍ ଜୋନ୍ ପାଇଁ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ଦୋକାନ ଏବଂ କାର୍ଯ୍ୟାଳୟ ଖୋଲିବା ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ ।

ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ଏପର୍ଯ୍ୟନ୍ତ ୩୭ ହଜାର ୭୭୫ ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୧୨୨୩ ଜଣଙ୍କର ମୃତ୍ୟୁ ହୋଇସାରିଛି ।

Leave a Reply