ଥମିବାର ନାଁ ଧରୁନି କରୋନା ଭାଇରସ୍‌, ଡ଼େଉଁଛି ଦେଶକୁ ଦେଶ

ବେଜିଂ: ଦେଶକୁ ଦେଶ ଡ଼େଉଁଛି କରୋନା ଭାଇରସ୍‌ । ଚିନ୍‌ , ହଂକଂ ପରେ ଏବେ ଦକ୍ଷିଣ କୋରିଆ ଏବଂ ଇଟ୍‌ଲି, ଇରାନ, ୟୁନାଇଟେଡ଼ ଆରବ ଏମିରେଟସ ରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ଚାଇନା ବାହାରେ ଗତ ଶନିବାର ଦିନ ୧୫ ଶହ  ଏହି ଭାଇରସରେ ଆକ୍ରାନ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ମଧ୍ୟରେ ଇରାନରରେ ୬ ଜଣଙ୍କର ଏହି ରୋଗରେ ମୃତ୍ୟ ହୋଇଛି ।

ଏବେକାର ସୂଚନା ଅନୁଯାୟୀ ଏହି ଭାଇରସ୍‌ରେ ଚୀନ୍‌ରେ ୭୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୩ଶହ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦକ୍ଷିଣ କୋରିଆରେ ସ୍ଥିତି ଜଟିଳ ହେବାରେ ଲାଗିଛି । ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୮୮୯ ଥିବାବେଳେ ଆଜି ଏହା ୩୯୭କୁ ଖସିଛି  । ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୨୨୯ ଜଣ କରୋନା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ଦକ୍ଷିଣ କୋରିଆରେ ସମୁଦାୟ ୪୩୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ।

ଆହୁରି ୧୦୦୦ରୁ ଅଧିକ ଲୋକଙ୍କଠାରେ ଭାଇରସ୍‌ ଥିବା ଲକ୍ଷଣ କୁହାଯାଉଛି । ଦକ୍ଷିଣ କୋରିଆର ଦକ୍ଷିଣ ସହର ଡାଗୁରେ ଭାଇରସ୍‌ ଆତଙ୍କ ଖେଳାଇଥିବାବେଳେ ଭାଇରସ୍‌ ୨ ଜଣଙ୍କ ଜୀବନ ନେଲାଣି। ଡାଗୁ ସହରକୁ ଏକ ପ୍ରକାର ବନ୍ଦ କରାଯାଇଛି। ଦକ୍ଷିଣ କୋରିଆରେ ସମୁଦାୟ ୪ ଜଣ ସାମରିକ ସଦସ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସାମରିକ ସଦସ୍ୟମାନଙ୍କୁ ସେମାନଙ୍କ ଘାଟି ଛାଡ଼ିବାପାଇଁ ଏବଂ କୌଣସି ପରିଦର୍ଶକଙ୍କୁ ଭେଟିବାପାଇଁ ମନା କରାଯାଇଛି।

Leave a Reply