ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ କାହିଁକି ସାମିଲ ହେଲେ ନାହିଁ କେରଳ ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ
କରୋନା ଭାଇରସର ସଙ୍କଟ ମୁହୂର୍ତ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସରେ ବୈଠକ କରୁଛନ୍ତି । ଏହି ବୈଠକରେ ଲକଡାଉନକୁ ନେଇ ଆଗକୁ କଣ ରଣନୀତି କରାଯିବ ସେନେଇ ଚର୍ଚ୍ଚା ହୋଇଛି । କିନ୍ତୁ ଏହି ବୈଠକରେ କେରଳର ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ସାମିଲ ହୋଇ ନାହାଁନ୍ତି । ତାଙ୍କ ତରଫରୁ ରାଜ୍ୟର ମୁଖ୍ୟ ସଚିବ ଏହି ବୈଠକରେ ସାମିଲ ହୋଇଛନ୍ତି ।
ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହାର ଉତ୍ତର ଦେଇ କୁହାଯାଇଛି ଯେ, ଆମକୁ କୁହାଯାଇଥିଲା, ବିଗତ ୨ଟି ବୈଠକ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ସେ ସବୁ ବୈଠକରେ କରୋନାକୁ ରୋକିବାକୁ ଆଲୋଚନା କରାଯିବାର ଅଛି । କିନ୍ତୁ ଏଥର କୁହାଯାଇଛି ଯେ, ଉତ୍ତର ପୂର୍ବ ଏବଂ ଅନ୍ୟାନ୍ୟ ରାଜ୍ୟ ଉପରେ ଅଧିକ ଧ୍ୟାନ ଦିଆଯିବ । ତେଣୁ କେରଳର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେବା ବାଧ୍ୟତାମୂଳକ ନୁହେଁ । ଏବଂ ତାଙ୍କ ତରଫରୁ କେରଳର ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଭାଗ ନେଇଛନ୍ତି ।
ଗତ କିଛି ଦିନ ମଧ୍ୟରେ କେରଳରେ କରୋନା ମାମଲା କେତେ କମିଛି ?
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କେରଳରେ ସୋମବାର ପର୍ଯ୍ୟନ୍ତ ୪୫୮ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କିନ୍ତୁ ଏହି ରାଜ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ୩୦୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଆପଣଙ୍କୁ କହି ରଖୁଛୁ ଯେ, ସୋମବାରରେ କରୋନା ଭାଇରସ ମହାମାରୀ ଏବଂ ଲକଡାଉନକୁ ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ସହ ବୈଠକ କରିଛନ୍ତି । ଏହି ବୈଠକରେ ୩ ମେ’ ପରର ରଣନୀତି ଉପରେ ଚର୍ଚ୍ଚା ହୋଇଛି । ଦେଶରେ ୨୪ ମାର୍ଚ୍ଚଠାରୁ ଲକଡାଉନ୍ ଲାଗୁ କରାଯାଇଥିଲା ଯାହା ୩ ମେ ରେ ଶେଷ ହେବାକୁ ଅଛି ।