ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଉପରମୁହାଁ କରୋନା, ୨୪ ଘଣ୍ଟାରେ ଦିଲ୍ଲୀରେ ୬ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୬୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଦିଲ୍ଲୀରେ ୫୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୧୯ ଶହରୁ ଅଧିକ ରହିଛି । ଦିଲ୍ଲୀରେ ପଜିଟିଭିଟି ରେଟ୍ ବି ଚିନ୍ତାଜନକ ରହିଛି । ତେବେ ଏହାରି ମଧ୍ୟରେ ଆଶ୍ବସ୍ତିକର କଥା ହେଉଛି ସୁସ୍ଥତା । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ କିଛି ଦିନ ହେଲା ଦିଲ୍ଲୀ ଓ ଏନସିଆରରେ କରୋନା ସଂକ୍ରମଣ ବଢ଼ିଚାଲିଛି । ପିଲାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗାଜିଆବାଦ ଓ ଦିଲ୍ଲୀର କେତେକ ସ୍କୁଲରେ ଅନେକ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ମହାରାଷ୍ଟ୍ରରେ ମଧ୍ୟ ଗତକାଲିଠାରୁ ଡବଲ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।