ଲକ୍ ଡାଉନରେ ଦେଶ: ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ୬୫୦ ପାର ସଂକ୍ରମଣ ମାମଲା
- ବୁଧବାର ୩ ମୃତ୍ୟୁ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁରେ ବି କରୋନା ମୃତ୍ୟୁ ।
- ଏହା ପୂର୍ବରୁ ମହାରାଷ୍ଟ୍ରରେ ୮ ଦିନ ଭିତରେ କରୋନା ନେଇଛି ୩ ଜୀବନ ।
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ୨୫ ରାଜ୍ୟକୁ ବ୍ୟାପିଛି । ସଂକ୍ରମିତଙ୍କ ସଂଖ୍ୟା ୬୫୦ ପାର କରିଛି । ୧୬ ଦିନରେ ୧୬ ଜଣ ପ୍ରାଣ ହରାଇ ସାରିଲେଣି । ଜମ୍ମୁକାଶ୍ମୀରରେ କରୋନା ଜନିତ ପ୍ରଥମ ମୃତ୍ୟୁ ମାମଲା ସାମନାକୁ ଆସିଛି । ସେଠାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଜଣେ ମହିଳା (୬୫) ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ବୁଧବାର ଦିନ ତାମିଲନାଡୁର ମଦୁରାଇରେ ଜଣେ(୫୪), ମଧ୍ୟପ୍ରଦେଶରେ ଜଣେ (୬୫) ଓ ଗୁଜୁରାଟର ଅହମ୍ମଦାବାଦରେ ଜଣେ ବ୍ୟକ୍ତି (୮୫) ପ୍ରାଣ ହରାଇଛନ୍ତି । ଅହମ୍ମଦାବାଦରେ ପ୍ରାଣ ହରାଇଥିବା ମହିଳା ଜଣକ କିଛିଦିନ ତଳେ ବିଦେଶରୁ ଫେରିଥିଲେ ।
୮ ଜଣ ରୋଗୀଙ୍କୁ ଆଗରୁ ଡାଇବେଟିସ ଥିଲା
ମଦୁରାଇରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଆଗରୁ ଡାଇବେଟିସ ଓ ଅନ୍ୟ ରୋଗ ଥିଲା । ତାମିଲନାଡୁରେ ଏହା କରୋନା ଜନିତ ପ୍ରଥମ ମୃତ୍ୟୁ । ସେହିଭଳି ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୮ ଜଣ ହାଇ ବ୍ଲଡ୍ ପ୍ରେସର ଓ ଡାଇବେଟିସ ଭଳି ପୁରୁଣା ରୋଗ ଥିଲା ।
ତାରିଖ | ସ୍ଥାନ | ବୟସ | ରୋଗ |
୧୦ ମାର୍ଚ୍ଚ | କଲବୁର୍ଗୀ(କର୍ଣ୍ଣାଟକ) | ୭୫ ବର୍ଷ | ଡାଇବେଟିସ |
୧୩ ମାର୍ଚ୍ଚ | ଦିଲ୍ଲୀ | ୬୮ବର୍ଷ | ଡାଇବେଟିସ |
୧୭ ମାର୍ଚ୍ଚ | ମୁମ୍ବାଇ | ୬୪ ବର୍ଷ | ଡାଇବେଟିସ |
୧୮ ମାର୍ଚ୍ଚ | ନୱାଁସହର(ପଂଜାବ) | ୭୦ ବର୍ଷ | ଡାଇବେଟିସ |
୨୧ ମାର୍ଚ୍ଚ | ମୁମ୍ବାଇ | ୬୩ ବର୍ଷ | ଡାଇବେଟିସ |
୨୧ ମାର୍ଚ୍ଚ | ପାଟନା | ୩୮ ବର୍ଷ | କିଡନି ଜନିତ ସମସ୍ୟା |
୨୪ ମାର୍ଚ୍ଚ | ମୁମ୍ବାଇ | ୬୩ ବର୍ଷ | ଡାଇବେଟିସ ଓ ବ୍ଲଡ୍ ପ୍ରେସର |
୨୪ମାର୍ଚ୍ଚ | ମଦୁରାଇ | ୫୪ ବର୍ଷ | ଡାଇବେଟିସ ଓ ବ୍ଲଡ୍ ପ୍ରେସର |
ଏପର୍ଯ୍ୟନ୍ତ ୫୦ ବର୍ଷରୁ କମ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି
ସୋମବାର ଦିନ ପଶ୍ଚିମବଙ୍ଗରେ ଜଣେ ୫୭ ବର୍ଷ ବୟସ୍କ ଓ ହିମାଚଳରେ ରହୁଥିବା ଜଣେ ତିବ୍ବତି ନାଗରିକ(ନିକଟରେ ଆମେରିକାରୁ ଫେରିଥିଲେ) ମୃତ୍ୟୁ ହୋଇଯାଇଛି । ଏହାପୂର୍ବରୁ ରବିବାର ଦିନ ମୁମ୍ବାଇରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେହି ଦିନ ବିହାରର ପାଟନାରେ ୩୮ ବର୍ଷୀୟ ସୈଫ କରୋନାରେ ପ୍ରାଣ ହରାଇଥିଲେ । ସୈଫ୍ ଡାଇବେଟିସ ରୋଗି ଥିଲେ । ତାଙ୍କ କିଡନି ମଧ୍ୟ ଖରାପ ଥିଲା । ୫୦ ବର୍ଷରୁ ବୟସରୁ କମ ବୟସରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ ମାମଲା । ମୁଙ୍ଗେରର ସୈଫ୍ ନିକଟରେ କତ୍ତାରରୁ ଭାରତ ଫେରିଥିଲେ । ଏପର୍ଯ୍ୟନ୍ତ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାଇବେଟିସ ଥିଲା । ଏଥିରୁ ଜଣା ପଡୁଛି ଯେ, ଡାଇବେଟିସ ରୋଗୀ କରୋନାର ସହଜ ଶିକାର ହେଉଛନ୍ତି ।
ମହାରାଷ୍ଟ୍ରରେ ତିନି ମୃତ୍ୟୁ,ମୁମ୍ବାଇ ଏପିକ୍ ସେଣ୍ଟର ?
ମହାରାଷ୍ଟ୍ରରେ ଗତ ୮ ଦିନ ଭିତରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ତିନି ମୃତ୍ୟୁ ମୁମ୍ବାଇରେ ହୋଇଛି । ତିନି ଜଣ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
ଦିଲ୍ଲୀରେ ୯୦୦ ଲୋକଙ୍କର ହେବ କ୍ୱାରେଣ୍ଟାଇନ୍
ଦିଲ୍ଲୀରେ ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ସାଉଦି ଆରବରୁ ଫେରିଥିବା ଜଣେ ମହିଳା ମୌଜପୁରର ମହୋଲ୍ଲା କ୍ଲିନିକରେ ନିଜ ଚିକିତ୍ସା କରାଇଥିଲେ । ମହିଳାଙ୍କଠାରୁ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କୁ କରୋନା ହୋଇଥିଲା । ଡାକ୍ତରଙ୍କ ପତ୍ନି ଓ ଝିଅଙ୍କ ସମେତ ମୌଜପୁର ଅଂଚଳର ୯୦୦ ଲୋକଙ୍କର କ୍ୱାରେଣ୍ଟାଇନ କରାଯିବ ।