ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ସଂକ୍ରମଣ। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯ହଜାର ୩୦୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ସଂକ୍ରମିତ ସଂଖ୍ୟା ୨ଲକ୍ଷ ୧୬ ହଜାର ଟପିଛି । ସେହିପରି ଗୋଟିଏ ଦିନରେ ୨୬୦ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୨୨ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ଅଢେଇ ହଜାର ଟପିଛି । ମହାରାଷ୍ଟ୍ରରେ ଗତକାଲି ୨୫ଶହରୁ ଅଧିକ ସଂକ୍ରମିତ ହୋଇଛନ୍ତି । କେବଳ ମୁମ୍ବାଇରୁ ୧୨ଶହରୁ ଅଧିକ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ପାର କରିଛି ।

ଦେଶରେ କରୋନା ସଂକ୍ରମଣରେ ଦ୍ୱିତୀୟରେ ରହିଛି ତାମିଲନାଡୁ । ଗତକାଲ ହଜାରେରୁ ଅଧିତ ପଜିଟିଭ ଆସିଥିବା ବେଳେ ସଂଖ୍ୟା ୨୫ହଜାର ଟପିଛି । ଆସାମରେ ଗୋଟିଏ ଦିନରେ ୨୬୯ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୮ଶହ ପାର ହୋଇଛି । ତେବେ ଆଶ୍ୱସ୍ତି ଆଣିଛି ଆରୋଗ୍ୟ ହାର । ଦେଶରେ ଆରୋଗ୍ୟ ହାର ୪୭ ଦଶମିକ ୯୯ ପ୍ରତିଶତ ରହିଛି ।

Leave a Reply