ଦେଶରେ ଖସିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩୬ହଜାର ୬୦୪ ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ୪୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ନଭେମ୍ବର ଠାରୁ ଲଗାତାର ଭାବେ କରୋନା ସଂକ୍ରମିଣ କମିବାରେ ଲାଗିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୩୬ ହଜାର ୬୦୪ ପଜିଟିଭ । ଏବଂ ମହାମାରୀରେ ଯାଇଛି ଆଉ ୫୦୧ଙ୍କ ଜୀବନ । ଦେଶରେ କରୋନାରେ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୯୩.୯୪ପ୍ରତିଶତ ରହିଛି ।
ସଂକ୍ରମଣ ନୂଆ ମାମଲାରେ ୩୦ ପ୍ରତିଶତକୁ ହ୍ରାସ ପାଇଛି
ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ତୁଳନାରେ ନଭେମ୍ବରରେ ମୃତ ଓ ସଂକ୍ରମିତ ମାମଲା ୩୦ ପ୍ରତିଶତ ହ୍ରାସ ଘଟିଛି। ଅକ୍ଟୋବର ପ୍ରଥମ ସପ୍ତାହରୁ, କୋଭିଡ -୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ପାଇଛି । ଅକ୍ଟୋବରରେ ୧୮,୭୧,୪୯୮ ମାମଲା ତୁଳନାରେ ନଭେମ୍ବରରେ ମୋଟ ୧୨,୭୮,୭୨୭ ମାମଲା ରେକର୍ଡ ହୋଇଥିଲା। ଗତ ମାସରେ ସଂକ୍ରମଣ ହେତୁ ୧୫,୫୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏଥିସହ ସାରାଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ସମୁଦାୟ ୧ ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୪ରେ ପହଞ୍ଚିଛି । ସେମଧ୍ୟରୁ ୮୯ ଲକ୍ଷ ୩୨ ହଜାର ୬୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୪ ଲକ୍ଷ ୨୮ ହଜାର ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୪୩ ହଜାର ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।