ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ପାର, ଜାଣନ୍ତୁ ସବୁଠୁ ଆଗରେ ଅଛି କେଉଁ ରାଜ୍ୟ ?

1 min read

ନୂଆଦିଲ୍ଲୀ: ଥମୁନି କରୋନା ସଂକ୍ରମଣ । ଦିନକୁ ଦିନ କୋଭିଡ୍-୧୯ ବ୍ୟାପିବା ସହ ଦେଶର କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟାରେ ଦେଶରେର ୯୭ ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି । ୪ହଜାର ଜଣ ନୂଆ କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ପହଞ୍ଚିଛି । ମୋଟ ୨୬୪୯ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଲେ ୨୭ ହଜାର ୯୨୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଲକଡାଉନ୍ ୩.୦ ଆସନ୍ତା ୧୭ ତାରିଖରେ ସରୁଛି । ସଂକ୍ରମଣ ସ୍ଥିତି ଭୟାନକ ସ୍ଥିତିରେ ଥିବା ବେଳେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନକୁ ଦେଖି ଲକଡାଉନ୍ କଟକଣା କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦେଶରେ ୮୧ ହଜାର ୯୭୦ ସଂକ୍ରମିତଙ୍କ ସଂଖ୍ୟା ଥିବା ବେଳେ ୨୭ହଜାର ମାମଲା ମହାରାଷ୍ଟ୍ରର । ଦ୍ୱିତୀୟରେ ୯ ହଜାର ୫୪୧ ଜଣଙ୍କ ସହ ଗୁଜରାଟ ରହିଥିବା ବେଳେ ତାମିଲନାଡ଼ୁର ମଧ୍ୟ ସମାନ ପରିସ୍ଥିତି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୪୭୦ରେ ପହଞ୍ଚିଛି ।

ଦେଶରେ ୭୮ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

Leave a Reply