ଦେଢ଼ ମାସ ଉପରେ ୭ ଦିନ ଭାରି, ମେ ମାସର ପ୍ରଥମ ସାତ ଦିନରେ ୮୦୦ ମୃତ୍ୟୁ !

ନୂଆଦିଲ୍ଲୀ: ସବୁଠି ଖାଁ ଖାଁ, ସବୁଆଡ଼ ନିସ୍ତବ୍ଦ । କରୋନ ଭୁତାଣୁ ଭୟରେ ସାରା ବିଶ୍ୱ । ଶୁଭୁଛି ଗୋଟିଏ ସ୍ୱର କରୋନା କରୋନା କରୋନା…  । ଭୟଙ୍କର କରୋନାର ବିସ୍ତାର ସହ ବିପଜ୍ଜନକ ପରିସ୍ଥିତି ଆଡ଼କୁ ଗତି କରୁଛି ଆମ ସମାଜ । ଲାଗୁଛି ଯେମିତି ଇତିହାସର କଳା ତାଲିକାରେ ବର୍ଣ୍ଣିତ ହେବ ୨୦୨୦ର ମହାମାରୀ କରୋନା । ଏହା କହିବାର କାରଣ ହେଉଛି ଗତ ୭ ଦିନ ମଧ୍ୟରେ କରୋନାର କାୟା ଆମ ଭାବନାଠାରୁ ମଧ୍ୟ ଅଧିକ ମାତ୍ରରେ ବ୍ୟାପିବାରେ ଲାଗିଛି । ଅର୍ଥାତ୍ ଗତ ୭ ଦିନରେ ୨୩ ହଜାର ନୂତନ ମାମଲା ସାମ୍ନାକୁ ଆସିଛି । ଯାହା ଦୁନିଆ ଧ୍ୱଂସ ହେବାର ପହିଲି ସୂଚନା । ଏଥି ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୫୬ ହଜାର ଅତିକ୍ରମ କରିଛି । ୩୦ ଏପ୍ରିଲ୍ ପର୍ଯ୍ୟନ୍ତ, ମୋଟ ମାମଲା ୩୩ ହଜାର ପାଖାପାଖି ଥିଲା । କିନ୍ତୁ ମେ’ର ପ୍ରଥମ ୭ ଦିନରେ ୫୬ ହଜାରକୁ ବୃଦ୍ଧି ପାଇଛି । ଯାହା ଏବେ ଚିନ୍ତାର ବିଷୟ ହୋଇଛି ।

୩୦ ଏପ୍ରିଲରେ ୧୦୭୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହା ବର୍ତ୍ତମାନ ୧୮୮୬ କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତ ୭ ଦିନରେ ୮୦୦ ଲୋକ ପ୍ରାଣ ହରାଇଛନ୍ତି । ଏପ୍ରିଲ୍ ୩୦ ସୁଦ୍ଧା ପ୍ରାୟ ୮ ହଜାର ସୁସ୍ଥ ହୋଇଛନ୍ତି । ଯାହା ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ହୋଇଛି । ଅର୍ଥାତ୍ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

ବିନା ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ, ହ୍ୱାଟସ୍ଆପରେ ହେବ ନାମଲେଖା

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କରୋନା ରୋଗର ମୋଟ ସଂଖ୍ୟା ୫୬ ହଜାର ୩୪୨ ରହିଛି । ଏଥିରେ ୧୮୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଏକ ଆସ୍ୱସ୍ତିକର ବିଷୟ ଯେ ୧୬ ହଜାର ୫୩୯ ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩୭ ହଜର୍ ୯୧୬ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ଟି ନୂଆ ମାମଲା ଚିହ୍ନିଟ ହୋଇଛି ଏବଂ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି ।

 

Leave a Reply