ଦେଶରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ

ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନାରୁ ବଞ୍ଚିବାପାଇଁ ଦେଶରେ ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ମାନ ନିଆଯାଉଛି। ଏମିତି ଅବସ୍ଥା ଆସିଲାଣି ଯେ ଦେଶରେ ଆର୍ଥିକ ଅବସ୍ଥା ଭାଙ୍ଗିବାରେ ଲାଗିଲାଣି। କିନ୍ତୁ ଏ ମାରାତ୍ମକ କରୋନା ପାଇଁ ପ୍ରତିକାର ବାହାରି ପାରୁନି। ଯାହାଫଳରେ ଗୋଟିଏପରେ ଗୋଟିଏ ଜୀବନ ଯାଉଛି କରୋନାରେ। ଗତ ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୩୭୪ରେ । ଏମାନଙ୍କ ମଧ୍ୟରୁ ୩୦୩୦ ଚିକିତ୍ସିତ ହେଉଥିବା ବେଳେ ୨୬୭ ସୁସ୍ଥ ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏବେ ସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ୭୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।

ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ର ୧୦ ଜଣ ପଜିଟିଭ ରୋଗୀ ଉକ୍ତ ଅଞ୍ଚଳରୁ ବାହାରିଛନ୍ତି ଯେଉଁଠାରେ କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ଯାଇଥିବା ଡାକ୍ତରଙ୍କ ଦଳ ପଥର ଫିଙ୍ଗିଥିଲେ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ଅନୁଯାୟୀ, ଏପ୍ରିଲ ୩ ଏବଂ ୪ ରେ ପଠାଯାଇଥିବା ନମୁନାରୁ ୧୬ ଜଣ ସକରାତ୍ମକ ରୋଗୀଙ୍କୁ ମିଳିଛି। ୧୬ ଜଣଙ୍କ ମଧ୍ୟରୁ ଏହି ଟାଟପାଟୀ ବଖଲ ଅଞ୍ଚଳର, ଯେଉଁଠାରେ ପଥର ଫିଙ୍ଗି ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୫ ପୁରୁଷ ଏବଂ ୫ ମହିଳା ଅଛନ୍ତି | ସେମାନଙ୍କର ବୟସ ୨୯ ବର୍ଷରୁ ୬୦ ବର୍ଷ ମଧ୍ୟରେ ।

ଖରବ ଲେଖା ହେବା ଯାଏଁ ସମଗ୍ର ବିଶ୍ୱରେ ୧୨ ଲକ୍ଷ ୨ ହଜାର ୭୧୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୪୬ ହଜାର ୬୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ୬୪ ହଜାର ୭୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଷ୍ଟିରୁ ଶୀର୍ଷରେ ରହିଛି ଆମେରିକା । ସେଠାରେ ମୋଟ ୩ ଲକ୍ଷ ୧୧ ହଜାର ୬୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮ହଜାର ୪୫୪ ଜଣଙ୍କ ମୃତ୍ୟୁ ଘଟିଛି । ତା ସ୍ପେନ୍‌, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଓ ଚୀନ ରହିଛନ୍ତି । ସ୍ପେନ୍‌ରେ ୧ ଲକ୍ଷ ୨୬ ହଜାର ୧୬୮ ଜଣ, ଇଟାଲୀରେ ୧ଲକ୍ଷ ୨୪ହଜାର ୬୩୨, ଜର୍ମାନୀ ୯୬ହଜାର ୯୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

 

Leave a Reply