ବିହାର ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚିଲା କରୋନା,ନୀତିଶଙ୍କ ଝିଆରୀ କରୋନା ପଜିଟିଭ୍

coronavirus in bihar cm residence virus infection in nitish kumars niece

ପାଟଣା: କରୋନା ଏବେ ବିହାରର ମୁଖ୍ୟମନ୍ତ୍ରୀଙ୍କ ପରିବାରରେ ପହଞ୍ଚି ଯାଇଛି । ମୁଖ୍ୟମନ୍ତ୍ରୀ ନିତିଶ କୁମାର ଝିଆରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ପଟଣା ଏମ୍ସରେ ଚିକିତ୍ସା ପାଇଁ ନିଆଯାଇଛି । କହି ରଖୁଛୁ ଯେ, କିଛିଦିନ ହେବ ମୁଖ୍ୟମନ୍ତ୍ରୀ ଆବାସରେ ରହୁଥିବା ସବୁ ଲୋକଙ୍କର କରୋନା ଟେଷ୍ଟ କରାଯାଇଛି ।

ମୁଖ୍ୟମନ୍ତ୍ରୀର ପରିବାରରେ କରୋନା ପଜିଟିଭ୍ ମିଳିବା ପରେ ପୂରା ନିବାସକୁ ସାନିଟାଇଜ କରାଯାଇଛି । ଆପଣଙ୍କ କହିରଖୁଛୁ ଯେ, ୪ଜୁଲାଇରେ ବିଧାନ ପରିଷଦର ସଭାପତି କରୋନା ପଜିଟିଭି ହେବା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରର ସାମ୍ପୁଲ କରୋନା ଟେଷ୍ଟ ପାଇଁ ପଠାଇଦିଆଯାଇଥିଲା କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆବସରୁ ସମୁଦାୟ ୧୬ଜଣଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିଲା । କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଶୁସିଲ କୁମାର ମୋଦି, ବିଧାନସଭା ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା ।

ବିହାରରେ ଏବେ ପର୍ଯ୍ୟନ୍ତ ୯୭ଜଣଙ୍କ ମୃତ୍ୟୁ

ବିହାର ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ସମୁଦାୟ ୧୨ହଜାର ୧୪୦ଜଣ ସଂକ୍ରମିତ ହୋଇଥିବା ବେଳେ ୯୭ଜଣଙ୍କ ମୃତ୍ୟୁ ହୋଇଛି ।  ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୦ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ମୋଟ ମାମଲା ୧୨,୧୪୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିହାରର ପାଟନା ଜିଲ୍ଲାରେ ୧୦୫୮ ମାମଲା ଭାଗଲପୁରରେ ୬୧୬, ବେଗୁସରାୟରେ ୫୨୮, ମଧୁବାନୀରେ ୫୧୧, ମୁଜାଫରପୁରରେ ୪୯୬, ସିବାନରେ ୪୯୦, ମୁଙ୍ଗେରରେ ୪୧୯, ନାଳନ୍ଦାରେ ୩୮୪, ଦରଭଙ୍ଗାରେ ୩୮୩, ସମସ୍ତିପୁର ଏବଂ ରୋହତାସରେ ୩୭୭ଲେଖାଏଁ, କାଟିହାରରେ ୩୬୫, ନବାଦାରେ ୩୬୪ ମାମଲା ସମ୍ନାକୁ ଆସିଛି । ବିହାରରେ ଏପର୍ଯ୍ୟନ୍ତ ୨,୬୪,୧୦୯ ନମୁନା ପରୀକ୍ଷା କରାଯାଇଛି ଏବଂ କରୋନା ସଂକ୍ରମିଣରୁ ୮୦୧୪ ରୋଗୀ ସୁସ୍ଥ ହୋଇଛନ୍ତି ।

Leave a Reply