ଯିବ କି କରୋନା ? ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ କାଢିଦେଲା ନବଜାତକ
ଆବୁଧାବି: ସାରା ଦୁନିଆ କରୋନା ମହାମାରୀ ସହ ଲଢ଼ୁଛି । ପ୍ରାୟ ଦେଶ କରୋନା ଭ୍ୟାକ୍ସିନ୍ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ଏକ ଛୁଆର ଜନ୍ମ ବେଳର ଫଟୋ ନେଟିଜନଙ୍କ ଧ୍ୟାନ ଆକର୍ଷଣ କରୁଛି । ଏବଂ ଲୋକ ଆଶା ପ୍ରକାଶ କରୁଛନ୍ତି ଆଗାମୀ ଦିନରେ ଲୋକଙ୍କୁ ମରଣାନ୍ତକ କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତି ମିଳିବ ।
ଏବେ ଆପଣ ଭାବୁଥିବେ ଏହି ଫଟୋ ଚିତ୍ରରେ ଏମିତି କଣ କଣ ଅଛି । ଯାହାକୁ ନେଇ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି । ଖୁବଶୀଘ୍ର କରୋନା ଭାଇରସ୍ ଶେଷ ହୋଇଯିବ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ୟୁଏଇରେ ଏକ ଛୁଆ ଜନ୍ମ ହେଉ ହେଉ ଡାକ୍ତର ଯେମିତି ତାକୁ ଧରିଥିଲେ ସେ ବନ୍ଦ ଆଖିରେ ହିଁ ଡାକ୍ତରଙ୍କ ମୁହଁରୁ ମାସ୍କ କାଢ଼ି ଦେଇଥିଲା । ନବଜାତକ ଶିଶୁ ଏଭଳି କରିବାକୁ ନେଇ ଲୋକେ ଖୁବଶୀଘ୍ର କରୋନା ଶେଷ ହେବା ନେଇ ଶୁଭ ସଂକେତ ବୋଲି ମାନୁଛନ୍ତି ।
ମାଆ ଗର୍ଭରୁ ବାହାର ଆସିବା ପରେ ହିଁ ନବଜାତକ ମୁହଁରୁ ମାସ୍କ କାଢିବା ନେଇ ଡାକ୍ତର ବି ବେଶ୍ ଖୁସି ଅଛନ୍ତି । ୟୁଏଇ ଡାକ୍ତର ସମେର ଚାଏବ ଛୁଆର ଏକେ ଫଟୋ ନେଇ ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ । ଦେଖୁ ଦେଖୁ ଏହି ଫଟୋ ଇଣ୍ଟରନେଟରେ ଖୁବ୍ ଜୋରରେ ଭାଇରାଲ୍ ହୋଇ ଯାଇଥିଲା ।
ଡାକ୍ତର ଫଟୋ ସେୟାର କରି ଲେଖଥିଲେ ନବଜାତକର ଏଭଳି ଆଚରଣରୁ ଲାଗୁଛି ଆମେ ଶୀଘ୍ର ହିଁ ମୁହଁରୁ ମାସ୍କ ହଟାଇବାକୁ ଯାଉଛେ । ଡାକ୍ତରଙ୍କ ଏହି ପୋଷ୍ଟ ପରେ ଲୋକ ଫଟୋକୁ ଶୁଭ ସଂକେତ ଭାବିବା ସହ ଫଟୋ ଅଫ୍ ୨୦୨୦ କହୁଛନ୍ତି ।
କେବଳ ୟୁଏଇ କାହିଁକି ଏହି ଫଟୋ ଉପରେ ବିଦେଶରୁ ବି ବହୁତ ଖୁସିଭର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକ ଆଶା କରିଛନ୍ତି କରୋନା ଯୋଗୁଁ ୬ ମାସ ହେଲା ମୁହଁରେ ରହୁଥିବା ମାସ୍କ ଶୀଘ୍ର ହିଁ କାଢ଼ି ଦିଆଯିବ । ସମସ୍ତେ ଏହି ଫଟୋର ତାରିଫ୍ ବି କରୁଛନ୍ତି ।