spot_img

Latest Posts

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତକୁ ନାଲିଆଖି। ଭାରତ ଯଦି ମ୍ୟାଲେରିଆ ଔଷଧ ନଦିଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଶିକାର ହେବ ଭାରତ । କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାର କରାଯାଉଛି। ଏହାପୂର୍ବରୁ ଟ୍ରମ୍ପ ଏହି ଔଷଧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା ସହ ଭାରତର ସମ୍ପର୍କ ଭଲ ।  ମୁଁ ଆଶା କରୁଛି ଯେ ଆମେରିକାର ଡ୍ରଗ୍ ଅର୍ଡରକୁ ଭାରତ ପ୍ରତ୍ୟାଖାନ କରିବ ନାହିଁ । । ଟ୍ରମ୍ପ କହିଛନ୍ତି, ମୁଁ ଜାଣେ ଯେ ସେମାନେ ଅନ୍ୟ ଦେଶକୁ ରପ୍ତାନି ପାଇଁ ଏହି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକକୁ ରପ୍ତାନି ବନ୍ଦ ହୋଇଛି ବୋଲି ମୁଁ ମୋଦି ଙ୍କ ମୁହଁରୁ ଶୁଣିନାହିଁ।

ଟ୍ରମ୍ପ କହିଛନ୍ତି ଯେ ରବିବାର ଦିନ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲି । ମୁଁ ତାଙ୍କୁ କହିଥିଲି ଯେ, ଯଦି ଆପଣ ହାଇଡ୍ରୋକ୍ସିକ୍ଲୋକ୍ୱିନ ସପ୍ଲାଏ ଆରମ୍ଭ କରିବେ ତେବେ ବହୁତ ଭଲ ହେବ । କିନ୍ତୁ ଯଦି ସେ ଏଭଳି କରନ୍ତି ନାହିଁ,ତେବେ ତା’ର କଡା ଉତ୍ତର ଦିଆଯିବ । କଣ ପାଇଁ କଡା ଉତ୍ତର ଦିଆଯିବ ନାହିଁ ଯେ ?

ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଔଷଧ ପାଇଁ ଆଶ୍ୱାସନା ଦିଆଯାଇଥିଲା । ଏହି ଆଲୋଚନା ପରେ ଭାରତ ସରକରା ୧୨ ଆକ୍ଟିଭ୍ ଫାର୍ମାଟିକାଲ ଇନଗ୍ରେଡିଏଣ୍ଟସର ରପ୍ତାନୀ ଉପରୁ ପ୍ରତିବନ୍ଧକ ହଟାଇ ଦେଇଥିଲେ । ଯାହା ବାବଦରେ ସୂଚନା ଦିଆଯାଇଥିଲା ।

ଦୁଇ ଦିନ ଭିତରେ ବଦଳିଗଲେ ଟ୍ରମ୍ପ

କିନ୍ତୁ ରବିବାର ଆଲୋଚନାର ଦୁଇ ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର ଦିନ ଭାରତକୁ ଏକ ରକମ ଧମକ ଦେଇଛନ୍ତି । ଆମେରିକାରେ କରୋନା ମହାକାଳ ସାଜିଛି । ଖୋଦ ଟ୍ରମ୍ପ ପ୍ରଶାସନ ଅନୁମାନ କରୁଛି ଯେ, ଆମେରିକାରେ ଏକ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇବେ । ଏମିତିକି ଆମେରିକା ନିଜ ଦେଶରେ ଲକ୍ ଡାଉନ୍ ଘୋଷଣା କରିନାହିଁ କିନ୍ତୁ ଏକ ଲକ୍ଷ କଫିନ ପାଇଁ ଆଗୁଆ ଅର୍ଡର ଦେଇ ସାରିଛି । କୁହାଯାଉଛି ଯେ, ଆମେରିକା ୧୯୪୩ ପର୍ଲ ହାର୍ବର ଆକ୍ରମଣ ପରେ ସବୁଠାରୁ ବଡ ସଂକଟର ସମ୍ମୁଖୀନ ହେଉଛି । ଇଟାଲୀ ଓ ସ୍ପେନ ପରେ ଏହା ତୃତୀୟ ଦେଶ ଯେଉଁଠି କରୋନା ଅଧିକ ଜୀବନ ନେଉଛି । କରୋନାର କୌଣସି ଟୀକା ବାହାରି ନଥିବା ବେଳେ ଆମେରିକାର ନଜର ଏବେ ମ୍ୟାଲେରିଆ ନିବାରକ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଉପରେ ପଡିଛି । ଏହି ଔଷଧ କରୋନା ବିରୋଧରେ କିଛି ସକରାତ୍ମକ ଫଳ ଦେଉଛି । କିନ୍ତୁ ଆମେରିକାର ସମସ୍ୟା ହେଲା ତା’ ପାଖରେ ଏହାର ଷ୍ଟଚ୍ ନାହିଁ । ତେଣୁ ଆମେରିକା ଭାରତ ଉପରେ ଏହି ଔଷଧ ପାଇଁ ନିର୍ଭରଶୀଳ । ଆମେରିକା ଆଶା କରୁଛି ଯେ, ଭାରତ ଏହି ସଂକଟ କାଳରେ ତାକୁ ସାହାଯ୍ୟ କରିବ ।

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ପ୍ରତିବର୍ଷ ଭାରତରେ ମ୍ୟାଲେରିଆ ଦ୍ୱାରା ବହୁ ସଂଖ୍ୟକ ଲୋକ ପ୍ରଭାବିତ ହୁଅନ୍ତି, ତେଣୁ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ବୃହତ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଉତ୍ପାଦନ କରନ୍ତି । ବର୍ତ୍ତମାନ ଏହି ଔଷଧ କରୋନା ମୁକାବିଲା କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି, ତା’ପରେ ଏହାର ଚାହିଦା ବୃଦ୍ଧି ପାଇଛି । ତଥାପି, କଞ୍ଚାମାଲର ଅଭାବ ଏହି ଔଷଧର ଉତ୍ପାଦନକୁ ବହୁତ ପ୍ରଭାବିତ କରିଛି । ବିଶ୍ୱରେ ଲକଡାଉନ ଥିବାରୁ ଭାରତୀୟ ଔଷଧ କମ୍ପାନୀଗୁଡିକ ଏହି ଔଷଧ ପାଇଁ କଞ୍ଚାମାଲ ଆବଶ୍ୟକ କରୁଛନ୍ତି । କଞ୍ଚାମାଲ ଯୋଗାଇ ଦେବା ପାଇଁ ଭାରତୀୟ କଂପନି ନିଜ ଦେଶ ପାଖରେ ଦାବି କରୁଛନ୍ତି ।

Latest Posts

Don't Miss