ବଢ଼ିବ କି ଲକ୍ଡାଉନ୍ ଅବଧି ? ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲେଚାନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପୁଣି ବଢ଼ିବ କି ଲକ୍ ଡାଉନ୍ ? ମେ’ ୩ରେ ସୁରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ । ତଥାପି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନି । ତେଣୁ ସରକାର ନେବେ କି ତୃତିୟ ପର୍ଯ୍ୟୟ ଲକ୍ଡାଉନ୍ ନିଷ୍ପତ୍ତି ?
ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରମାନଙ୍କ ସହ ଆଲୋଚନା କରିବେ । ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ସ୍ଥିତି କିଭଳି ରହିଛି ସେନେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଖାଲି ସେତିକି ନୁହେଁ ଆଗାମୀ ଦିନରେ କରୋନା ସହ କିଭଳି ମୁକାବିଲା କରାଯିବ, ସେନେଇ ମଧ୍ୟ ବିଚାର ବିମର୍ଷ କରିବେ ।
ତେବେ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକ୍ଡାଉନ ହୋଇସାରିଛି । ତଥାପି ଦେଶରେ କରୋନା ସଂକ୍ରମଣ ହାର କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଡାଉନ୍ ଉଠିବା ନିଷ୍ପତ୍ତି ଉପରେ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ଏପଟେ ଲକ୍ଡାଉନକୁ ଆଉ କିଛି ଦିନ ବଢାଇବା ପାଇଁ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସରକାର ସମର୍ଥନ କରୁଥିବା ଜଣାପଡ଼ିଛି । ମେ’ ୩ ପରେ ମଧ୍ୟ ଦିଲ୍ଲୀରେ ଲକ୍ଡାଉନ ଭଳି ସ୍ଥିତି ଜାରି ରହିବ ବୋଲି ସ୍ପଷ୍ଟ କରିସାରିଲେଣି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।
ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଡାଉନ ନିମୟରେ କୋହଳ ହୋଇଥିବା ବେଳେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି । ମେ’ ୩ ପରେ ପୁଣି ଲକ୍ଡାଉନ୍ ସମର୍ଥନରେ କେନ୍ଦ୍ରସରକାର ନାହାନ୍ତି ବୋଲି ପୂର୍ବରୁ ବିଭିନ୍ନ କେନ୍ଦ୍ରମୃନ୍ତ୍ରୀ ମତ ଦେଇସାରିଛନ୍ତି । ଲକ୍ଡାଉନ୍ ଯୋଗୁଁ ଦେଶରେ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଅନେକ ଲୋକ ରୋଜଗାର ହରାଇବା ସ୍ଥିତିରେ ଅଛନ୍ତି । ପ୍ରବାସୀ ଶ୍ରମିକମାନେ ରାଜ୍ୟ ବାହାରେ ରହି ହଇରାଣ ହେଉଛନ୍ତି । ତେଣୁ ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯାଇନପାରେ ବୋଲି ମଧ୍ୟ ଆଶଙ୍କା ରହିଛି ।