କରୋନା ମୃତ୍ୟୁସଂଖ୍ୟା ୧୮୬୮କୁ ଛୁଇଁଲା

ଚୀନରେ ଜନ୍ମିତ ଏହି ଭାଇରସ ସାରା ବିଶ୍ୱରେ ଏକ ମହାମାରୀର ରୂପନେଇସାରିଲାଣି । ଖାଲି ସେତିକି ନୁହେଁ ଏହି ଭାଇରସ ଏତେ ଭୟଙ୍କର ହେଲାଣି ଯେ, ଏହା ବିଶ୍ୱ ପାଇଁ ବଡ଼ ବିପଦ ବୋଲି ଧରାଯାଉଛି । ଆତଙ୍କୀଠାରୁ ବି ଅଧିକ ଭୟଙ୍କର ହେଲାଣି ଏହି ଭାଇରସ ।

ଚୀନରୁ ବ୍ୟାପିଥିବା କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧୮୬୮ରେ ପହଞ୍ଚିଛି ।  ସ୍ଥିତି ଦିନକୁ ଦିନ ଆହୁରି ବପଦ ଆଡ଼କୁ ଗତି କରୁଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ରାଜ୍ୟରେ ସୋମବାର ୯୩  ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୧୮୦୩ ଜଣ ନୂଆଁ ଲୋକଙ୍କ ଠାରେ ସଂକ୍ରମଣ ଦେଖାଯାଇଛି । ସହରର ସମସ୍ତ ସଡ଼କକୁ ବନ୍ଦ କରି ଦିଆଯାଇଛି । ସେହଭଳି ବେସରକାରୀ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣରେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ ସୋମବାର କେବଳ ୯୩ ଜଣ ଜୀବନ ହରାଇଛନ୍ତି । ଚୀନ ସରକାର କହିଛନ୍ତି, କରୋନା ଭାଇରସ ଯୋଗୁଁ ମୋଟ ୭୨ ହଜାର ୪୩୬ ଜଣ ସଂକ୍ରମଣର ଶିକାର ହୋଇଛନ୍ତି ।

Leave a Reply