ଯୋଗୀ କହିଲେ ‘ବକୱାସ୍‌ ବନ୍ଦ କର’, ଜିଲ୍ଲାପାଳ ନେଲେ ଏହି ପଦକ୍ଷେପ

1 min read

ନୋଏଡା: ଉତ୍ତର ପ୍ରଦେଶର କରୋନା ଭାଇରସ ଆତଙ୍କ ଖେଳାଇ ଥିବା ବେଳେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କ୍ରୋଧର ଶିକାର ହୋଇଛନ୍ତି ନୋଏଡା ଜିଲ୍ଲାପାଳ । ଉତ୍ତର ପ୍ରଦେଶରେ ନୋଏଡାରେ କରୋନାର ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ଗୌତମବୁଦ୍ଧ ନଗର ଗସ୍ତରେ ଆସିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଥିଲେ ଜିଲ୍ଲାଧିକାରୀ ।

ଜିଲ୍ଲାଧିକାରୀଙ୍କ ଉପରେ ସେ ବିରକ୍ତ ହୋଇଥିଲେ । ବୈଠକର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି,ଯେଉଁଥିରେ ଯୋଗୀ ଜିଲ୍ଲାପାଳଙ୍କୁ ‘ବକୱାସ ବନ୍ଦ କରନ୍ତୁ । ଆପଣ ମାନଙ୍କ ବକୱାସ ପାଇଁ ପରିସ୍ଥିତି ଖରାପ ହୋଇଛି । ଉତ୍ତରଦାୟିତ୍ୱ ନେବା ବଦଳରେ ପରସ୍ପରକୁ ଦୋଷ ଦେଉଛ’ କହୁଥିବା ଶୁଣିବାକୁ ମିଳୁଛି ।

ଲାଠି ଚାର୍ଜ କରି ଥକିଲେ, ଅମାନିଆଙ୍କୁ ବୁଝାଇବା ପାଇଁ ଶେଷରେ ଗୀତ ଗାଇଲେ

ଏହି ଘଟଣା ପରେ ଜିଲ୍ଲାପାଳ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତିନି ମାସ ଛୁଟି ମାଗିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ମୁଁ ଏହି ପଦବୀରେ ରହିବାକୁ ଚାହୁଁନି । ମୋତେ ତିନି ମାସ ଛୁଟି ଦିଆଯାଉ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ,ଯେଭଳି କାମରେ ପ୍ରଶାସନିକ ଶିଥିଲତା  ନଆସେ ସେଥିପାଇଁ ଅନ୍ୟ କୌଣସି ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଉ ।

Leave a Reply