ଚୀନର କାରନାମା ଉପରୁ ଡାକ୍ତର ହଟାଇଲେ ପରଦା କହିଲେ ଏମିତି କଥା

1 min read

ବୁହାନ : ଚୀନ୍‌ର ଜଣେ ପ୍ରମୁଖ ଡାକ୍ତର କରୋନା ଭାଇରସ୍ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି । ବିବିସି ସହ କଥାବାର୍ତ୍ତା କରି ପ୍ରଫେସର କ୍ୱୋକ ୟୁଙ୍ଗ ୟୁଏନ୍ କହିଛନ୍ତି ଯେ କରୋନା ରୋଗ ଆରମ୍ଭ ହେବାପରେ ସ୍ଥାନୀୟ ଅଧିକାରୀମାନେ ଏହି ରୋଗର ଭୟାବହତାକୁ ଲୁଚାଇ ରଖିଥିଲେ। ପ୍ରାରମ୍ଭିକ ଦିନରେ, ବୁହାନରେ କରୋନା ଯାଞ୍ଚ କରିଥିବା ଡାକ୍ତର କ୍ୱୋକ ୟୁଙ୍ଗ ୟୁଏନ୍ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ସ୍ଥିତିକୁ ଲୁଚାଇବାକୁ ଯାଇ ଏନେଇ ସବୁ ପ୍ରମାଣକୁ ଲିଭାଇ ଦିଆଯାଇଥିଲା ଏବଂ ସେତେବେଳେ କ୍ଲିନିକରେ କରୋନାକୁ ନେଇ ଅନୁସନ୍ଧାନ ମଧ୍ୟ ବହୁତ ଧିର ଗତିରେ ଚାଲିଥିଲା ।

କ୍ୱୋକ ୟୁଙ୍ଗ ୟୁଏନ୍ କହିଛନ୍ତି- ‘ଯେତେବେଳେ ଆମେ ବୁହାନର ସୁପର ମାର୍କେଟକୁ ଯାଇଥିଲୁ ସେତେବେଳ ସେଠାରେ ଦେଖିବା ପାଇଁ କିଛି  ନଥିଲା । ସେହି ମାର୍କେଟକୁ ପ୍ରଥମରୁ ହିଁ ସଫା କରି ଦିଆଯାଇଥିଲା । ତେଣୁ ଆପଣ କହିପାରିବେ ଯେ କ୍ରାଇମ ସିନକୁ ପୂର୍ବରୁ କ୍ଲିନ୍ କରିଦିଆଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ସୁପର ମାର୍କେଟ ସମ୍ପୂର୍ଣ୍ଣ ସଫା ହୋଇଥିବାରୁ ଆମେ ଏପରି କୌଣସି ଜିନିଷ ଚିହ୍ନଟ କରିପାରିଲୁ ନାହିଁ ଯେଉଁଥିରୁ ଭାଇରସ ମଣିଷଠାରେ ବ୍ୟାପୁଛି । କ୍ୱୋକ ୟୁଙ୍ଗ ୟୁଏନ୍ କହିଛନ୍ତି- ‘ମୁଁ ମଧ୍ୟ ସନ୍ଦେହ କରୁଛି ଯେ ସେମାନେ ବୁହାନରେ ଭାଇରସକୁ  ଲୁଚାଇବା ପାଇଁ କିଛି ତ କରିଥିଲେ’।

କ୍ୱୋକ ୟୁଙ୍ଗ ୟୁଏନ୍ କହିଛନ୍ତି ଯେ, ସ୍ଥାନୀୟ ଅଧିକାରୀ ଯେଉଁମାନେ ସୂଚନା ପଠାଇବାର ଥିଲା ସେମାନେ ଏହି କାର୍ଯ୍ୟକୁ ସଠିକ୍ ଭାବରେ କରିବାକୁ ଦେଇନଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ବିଶ୍ୱର ଅନେକ ଦେଶ ଚୀନ୍‌କୁ କରୋନା ଭାଇରସ୍ ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିବାର ଅଭିଯୋଗ କରିଛନ୍ତି । ତେବେ ଚୀନ୍‌ ଏହି ଅଭିଯୋଗକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାଖ୍ୟାନ କରିଆସୁଛି।

ଏବେ ପର୍ଯ୍ୟନ୍ତ ବିଶ୍ୱରେ କରୋନା ମାମଲା ସଂଖ୍ୟା ୧.୬୬ କୋଟି ହୋଇଥିବାବେଳେ ୬.୫୬ ଲକ୍ଷ ଲୋକ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

କେବଳ ଆମେରିକାରେ କରୋନା ଦ୍ୱାରା ୪୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି କାରଣରୁ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଛି।

Leave a Reply