ଚୀନ୍ ଆଣିଲା ଆଉ ଏକ କରୋନା ଭ୍ୟାକ୍ସିନ୍, ରୋଗୀଙ୍କ ପାଇଁ ସୁରକ୍ଷିତ ଓ ପ୍ରଭାବୀ ଦାବି

1 min read

ନୂଆଦିଲ୍ଲୀ: ଚୀନ୍ ଆଉ ଏକ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ଦାବି କରିଛି । ଚାଇନ୍ ନ୍ୟାସନାଲ ବାୟୋଟେକ୍ ଗ୍ରୁପ୍ (CNBG) ରବିବାର ଦେଇଥିବା ସୂଚନା ପ୍ରକାରେ- ନୂଆ ଭ୍ୟାକ୍ସିନର କ୍ଲିନିକାଲ୍ ଟେଷ୍ଟ ମଣିଷ ଠାରେ ହୋଇଛି । ଯାହାରେ ରେଜଲ୍ଟ ଆସିଛି । କ୍ଲିନିକାଲ୍ ଟ୍ରାଏଲରେ ଭ୍ୟାକ୍ସିନ୍ ସୁରକ୍ଷିତ ଓ ପ୍ରଭାବ ଦେଖାଇଥିବା କମ୍ପାନୀ ଦାବି କରିଛି ।

CNBG ଅନୁସାରେ କ୍ଲିନିକାଲ୍ ଟ୍ରାଏଲ ୨ଟି ପର୍ଯ୍ୟାୟରେ କରାଯାଇଥିଲା । ଯେଉଁଥିରେ ୧୧୨୦ ସୁସ୍ଥ ଲୋକଙ୍କ ଠାରେ ପରୀକ୍ଷା ହୋଇଥିଲା ଭ୍ୟାକ୍ସିନ୍ । ଯେଉଁମାନଙ୍କୁ ଭ୍ୟାକ୍ସିନ୍ ଦିଆଯାଇଥିଲା ସେମାନଙ୍କ ଠାରେ ଅଧିକ ମାତ୍ରାରେ ଆଣ୍ଟିବଡିଜ୍ ସୃଷ୍ଟି ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟ ନ୍ୟୁଜ୍ ରିପୋର୍ଟ ଅନୁସାରେ ଚୀନ କମ୍ପାନୀ ଓ ରିସର୍ଚ୍ଚର୍ସ ଏବେ ଯାଏଁ ୮ଟି କରୋନା ଭ୍ୟାକ୍ସିନ୍ ମଣଷ ଠାରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଅନୁମତି ପାଇଛନ୍ତି । ଏଥିଯୋଗୁଁ କୁହାଯାଉଛି ସଫଳ ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଚୀନ୍ ଅନ୍ୟ ଦେଶ ତୁଳନାରେ ବହୁତ ଆଗୁଆ ରହିଛି ।

ଚାଇନା ନ୍ୟାସନାଲ ବାୟୋଟେକ୍ ଗ୍ରୁପ୍ ଚୀନର ସରକାରୀ କମ୍ପାନୀ ଚାଇନା ନ୍ୟାସନାଲ ଫାର୍ମାସୁଟିକଲ ଗ୍ରୁପ୍ରୁ ମାନ୍ୟତା ପ୍ରାପ୍ତ ଅଟେ । କିଛି ଦିନ ତଳେ ଜୁନରେ ହିଁ CNBG କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ନେଇ ସୂଚନା ଦେଇଥିଲା । ଏହି ଭ୍ୟାକ୍ସିନ୍ କରୋନାର ଉତ୍ପତ୍ତି ସ୍ଥଳ ବୁହାନ୍ ୟୁନିଟରେ ପ୍ରସ୍ତୁତ କରାଯାଇଛି ।

କୌଣସି ଭ୍ୟାକ୍ସିନ୍ ପ୍ରସ୍ତୁତି ପରେ ପ୍ରଥମ ଓ ଦ୍ୱିତୀୟ କ୍ଲିନିକାଲ୍ ଟ୍ରାଏଲ ପରେ ତୃତୀୟ ଟ୍ରାଏଲରେ ଭଲ ପ୍ରଦର୍ଶନ କରିବା ଜରୁରୀ । ତୃତୀୟଥର ପରୀକ୍ଷାରେ ହଜାରରେ ଲୋକଙ୍କୁ ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇଥାଏ । ତୃତୀୟଥର ପରୀକ୍ଷା ସଫଳ ହେବା ପରେ ସାଧାରଣ ଲୋକଙ୍କୁ ଭ୍ୟାକ୍ସିନ୍ ମିଳିଥାଏ । CNBG ଗତ ମଙ୍ଗଳବାର କହିଥିଲା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ୟୁଏଇରେ ହେବ । କିନ୍ତୁ କମ୍ପାନୀ ସ୍ପଷ୍ଟ କରିନାହିଁ ଭ୍ୟାକ୍ସିନର ଟ୍ରାଏଲ ୟୁଏଇରେ କରାଯିବ ।

ଶିଶୁ ଓ ବୟସ୍କଙ୍କୁ କାହିଁକି ଭିନ୍ନ ଭାବେ ପ୍ରଭାବିତ କରେ କରୋନା ଭାଇରସ୍ ?

Leave a Reply