ଦେଶରେ କମୁଛି କରୋନା ସଂକ୍ରମଣ, ସୁସ୍ଥ ହେବାର ହାର ମୃତ୍ୟୁ ଅପେକ୍ଷା ଚାରି ଗୁଣ ଅଧିକ

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ ୧୩ ହଜାର ପାଖାପାଖି ପହଞ୍ଚିଛି । ଗୁରୁବାର ଦିନ ୮୨୬ଟି ନୂଆ ମାମଲା ଚିହ୍ନଟ କରାଯିବା ସହିତ ରୋଗୀଙ୍କ ସଂଖ୍ୟା ୧୨,୭୫୯ କୁ ବୃଦ୍ଧି ପାଇଛି  । ଏପର୍ଯ୍ୟନ୍ତ ୪୨୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୫୧୪ ଜଣ କରୋନା ବିପକ୍ଷରେ ଯୁଦ୍ଧରେ ଜିତିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଟି ନୂଆ ମାମଲା ହୋଇଥିବାବେଳେ ୩୭ ଜଣଙ୍କର ମୃତ୍ୟୁ ଘଟିଛି । ଏହିଭିତରେ ୩୦,୦୪୩ ଜାଞ୍ଚ ସହିତ, ଏପର୍ଯ୍ୟନ୍ତ ୨.୯୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି  ।

ସୂଚନା ଅନୁଯାୟୀ ଦେଶରେ ସଂକ୍ରମଣରୁ ମୃତ୍ୟୁ ତୁଳନା ଠାରୁ ୪ ଗୁଣା ଲୋକ ସଂକ୍ରମଣରୁ ଭଲ ହେଉଛନ୍ତି । ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୩୨୫ ଟି ଜିଲ୍ଲା ଅଛି ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ଲୋକ ସଂକ୍ରମିତ ହୋଇ ନାହାନ୍ତି । ଦେଶରେ ସଂକ୍ରମଣରେ ମୃତ୍ୟୁ ହାର ୩.୩ ପ୍ରତିଶତ ହୋଇଥିବା ବେଳେ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ରତିଶତ ୧୨.୦୨ ରହିଛି ।

ସେପଟେ ପୂର୍ବରୁ ଯେଉଁ ଅଞ୍ଚଳ ଗୁଡ଼ିକରେ ସଂକ୍ରମଣ ଚିହ୍ନଟ କରାଯାଇଥିଲା ସେହି ଅଞ୍ଚଳରେ ଏବେ  ସବୁ କିଛି ଧିରେ ଧିରେ ଠିକ୍‌ ହେବାରେ ଲାଗିଲାଣି । ସେପଟେ ପୁଡୁଚେରୀର ମାହେ ଜିଲ୍ଲାରେ କୌଣସି ସକାରାତ୍ମକ ମାମଲା ୨୮ ଦିନ ହେବ ଆସିନାହିଁ  । କେବଳ ଏତିକି ନୁହେଁ, ୧୭ ଟି ରାଜ୍ୟର ୨୭ ଟି ଜିଲ୍ଲାରୁ ଗତ ୧୪ ଦିନ ମଧ୍ୟରେ କୌଣସି ସଂକ୍ରମିତଙ୍କ ସୂଚନା ଆସିନାହିଁ ।

Leave a Reply