କୋଭିଡ୍-୧୯ : ଆଖି କରୋନା ପ୍ରବେଶ ଦ୍ୱାର,ସତର୍କ ରୁହନ୍ତୁ
1 min read
ନୂଆଦିଲ୍ଲୀ: କରୋନା ଭାଇରସ୍ ଆଖି ମାଧ୍ୟମରେ ମଧ୍ୟ ଶରୀରରେ ପ୍ରବେଶ କରିପାରେ । ଆମେରିକାର ଜାନ୍ସ ହମ୍ପକିନସ୍ ୟୁନିଭରସିଟିର ସ୍କୁଲ ଅଫ୍ ମିଡ଼ିଆର ବୈଜ୍ଞୈନିକମାନଙ୍କ ଦଳ ଅନୁସନ୍ଧାନ କରିଛି ଯେ, ଆଖିର ଏସିଇ-୨ରିସେପ୍ଟର୍ସ ମାଧ୍ୟମରେ ଭାଇରସ୍ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।
ଶରୀରର କୋଷଗୁଡ଼ିକରେ ସଂକ୍ରମଣ ପାଇଁ ଏସିଇ-୨ ରିସେପ୍ଟର୍ସକୁ ଗେଟୱେ ଭାବରେ ବିବେଚନା କରାଯାଏ । ଭାଇରସ୍ ଏହାକୁ ମାଧ୍ୟମ କରି ଶରୀର ଉପରେ ଆକ୍ରମଣ କରିଥାଏ । ଏସିଇ-୨ ରିସେପ୍ଟର୍ସ ଫୁସଫୁସ୍, ବ୍ୟତୀତ ଶରୀର ଅନ୍ୟ ଅଙ୍ଗରେ ମଧ୍ୟ ଉପସ୍ଥିତ ରହିଥାଏ ।
ବୈଜ୍ଞାନିକମାଙ୍କ ଅନୁସାରେ, ଯଦି କୌଣସି ବ୍ୟକ୍ତିର କଫ କିମ୍ବା ଛିଙ୍କିବା ଦ୍ୱାରା ଜଳୀୟ କଣା ବାହାରିଥାଏ ଏବଂ ଏହା ଅନ୍ୟବ୍ୟକ୍ତିର ଆଖିରେ ପଡ଼ିଥାଏ ଏହା ଦ୍ୱାରା ଭାଇରସ୍ ଶରୀରରେ ପ୍ରବେଶ କରିଥାଏ । ତେଣୁ ଏହି କାରଣରୁ କରୋନା ଭାଇରସର କେତେକ ସଂକ୍ରମିତଙ୍କ ଠାରେ କନଜକଟିଭ୍ସ ର ଲକ୍ଷଣ ଦେଖା ଦେଇଥାଏ । ଏହି କାରଣରୁ ସଂକ୍ରମିତଙ୍କ ଆଖି ଲାଲ ହୋଇଯାଇଥାଏ ।
ବୈଜ୍ଞାନିକମାନଙ୍କ ଅନୁସାରେ ଲୁହ ମାଧ୍ୟମରେ ମଧ୍ୟ କରୋନା ଭାଇରସ୍ ବ୍ୟାପିଥାଏ । ଜନ୍ସ ହାପକିନ୍ସ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନର ବୈଜ୍ଞାନିକ ମାନେ କରୋନା ଆଖି ଦ୍ୱାରା ମଧ୍ୟ ବ୍ୟାପିବାର ଅନୁସନ୍ଧାନ କରିଛନ୍ତି । ଏହାସହ ବୈଜ୍ଞାନିକମାନେ ଏସିଇ-୨କୁ ବୁଝାଇବା ପାଇଁ ୧୦ଜଣ ମୃତ ଲୋକଙ୍କ ଆଖିର ଅଧ୍ୟୟନ କରିଥିଲେ ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରିଥିଲେ । କରୋନା ଭାଇରସ୍ ଆଖିରୁ ବ୍ୟାପିବାକୁ ନେଇ କିଛି ରିପୋର୍ଟ ସାମ୍ନାକୁ ଆସିବା ପରେ ବୈଜ୍ଞାନିକମାନେ ଏହି ଅଧ୍ୟୟନ ଆରମ୍ଭ କରିଥିଲେ ।
ଏହା ପୂର୍ବରୁ ଏକ ଅଧ୍ୟୟନରୁ ଜଣା ପଡ଼ିଥିଲା ଯେ, କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ଆଖିରୁ ସପ୍ତାହେଠୁ ଅଧିକ ସମୟ ପର୍ଯ୍ୟନ୍ତ କରୋନା ବ୍ୟାପିବାର ବିପଦ ରହିଥାଏ । ପରୀକ୍ଷଣ ସମୟରେ ସଂକ୍ରମଣର ୨୧ଦିନ ପରେ ମଧ୍ୟ ଜଣେ ମହିଳାଙ୍କ ଆଖିରୁ ଭାଇରସ୍ ମିଳିଥିଲା ।